ଆରପାରିରେ ବର୍ଷିଆନ ଅଭିନେତା ଓମ ପୁରୀ: ୬୬ ବର୍ଷ ବୟସରେ ହୃଦଘାତରେ ପରଲୋକ

57

କନକ ବ୍ୟୁରୋ : ଆରପାରିରେ ବଲିଉଡ ଅଭିନେତା ଓମ୍ ପୁରୀ । ୬୬ ବର୍ଷରେ ହୃଦଘାତରେ ବଲିଉଡର ଏହି ବର୍ଷିୟାନ ଅଭିନେତାଙ୍କ ଦେହାନ୍ତ ହୋଇଛି । ବିଭିନ୍ନ ଫିଲ୍ମରେ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟକୁ ଜିତି ପାରିଥିଲେ ଏହି ବର୍ଷିୟାନ ଅଭିନେତା । ତାଙ୍କ ଗୁରୁ ଗମ୍ଭୀର କଂଠସ୍ୱର ତାଙ୍କୁ ବିଶେଷ ପରିଚିତ କରାଇ ପାରିଥିଲା । ୧୯୭୬ରେ ଅଭିନୟ ଜଗତରେ ପାଦ ଦେଇଥିବା ଏହି ବର୍ଷିୟାନ କଳାକାର ବେଶ ସଫଳତା ସାଉଁଟିଛନ୍ତି ।

ନିଜର ସଫଳ ଅଭିନୟ ପାଇଁ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୮୧ରେ ସେ ଶ୍ରେଷ୍ଠ ପାଶ୍ୱð ଅଭିନେତା ପୁରସ୍କାର ପାଇଥିଲେ । ଏହାସହ ଶ୍ରେଷ୍ଠ ଅଭିନେତା ଭାବେ ୧୯୮୨, ୧୯୮୪ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ ଓମପୁରୀ । ୧୯୮୨ରେ “ଆରୋହଣ’ ପାଇଁ ସମ୍ମାନ ପାଇଥିବା ବେଳେ ୧୯୮୪ରେ “ଅର୍ଦ୍ଧସତ୍ୟ’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଜିଣିଥିଲେ । ୧୯୯୦ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଓମ୍ ପୁରୀ ।

୨୦୦୯ରେ ଏହି ବିଶିଷ୍ଟ ଅଭିନେତାଙ୍କୁ ମିଳିଥିଲା ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ । ୨୦୧୫ରେ ମଧ୍ୟ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପ୍ରୟାଗ ପକ୍ଷରୁ ଆୟୋଜିତ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିଥିଲା । ଓମ୍ ପୁରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବହୁ ଅଭିନେତା । ତାଙ୍କ ପରଲୋକ ବଲିଉଡ ଜଗତରେ ଏକ ଅପୂରଣିୟ କ୍ଷତି ହୋଇଛି ।