ରିସେପସନରେ ଏଭଳି ଅନ୍ଦାଜରେ ନଜର ଆସିଲେ ଦୀପବୀର୍ ! ଦେଖନ୍ତୁ ସବୁ ରିସେପସନ ଫଟୋ ।

250

ବଲିଉଡରେ ଚାଲିଛି ଏବେ ବିବାହ ଋତୁ । ପ୍ରଥମେ ଦୀପବୀର୍ ପରେ ଏବେ ନିକୟାଙ୍କାଙ୍କ ବିବାହ ଖୁବ୍ ଚର୍ଚ୍ଚାରେ ରହିଛି । ତେବେ କିଛି ଦିନରୁ ସମସ୍ତଙ୍କ ନଜରରେ ଥିବା କପଲ୍ ଦୀପିକା ଏବଂ ରଣବୀରଙ୍କ ବିବାହ ଇଟାଲୀରେ ସଂପର୍ଣ୍ଣ ହୋଇଯାଇଛି ।

ଏହାପରେ ବାଙ୍ଗାଲୋରରେ ଦୁହିଁଙ୍କ ରିସେପସନ୍ ମଧ୍ୟ ହୋଇଥିଲା ବର୍ତ୍ତମାନ ମୁମ୍ବାଇରେ ମଧ୍ୟ ଦୁହିଁଙ୍କ ରିସେପସନ୍ ଏବଂ ବିଭିନ୍ନ ଫଟୋ ଭାଇରାଲ୍ ହେଉଛି । ଏହି ରିସେପସନ୍ କୁ ମିଶାଇଲେ ଦୀପବୀର୍ ୩ ଟି ରିସେପସନ୍ ମନାଇ ସାରିଲେଣି ।

ପ୍ରଥମ ରିସେପସନ୍ ବାଙ୍ଗାଲୋର ଦୀପିକାଙ୍କ ବାପଘରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କେବଳ ବନ୍ଧୁବାନ୍ଧବ ଏବଂ ଜ୍ଞାତି ପରିଜନ ସାମିଲ ହୋଇଥିଲେ । ଏହାପରେ ମୁମ୍ବାଇରେ ରଣବୀରଙ୍କ ଭଉଣୀ ଏକ କଳଟେଲ୍ ପାର୍ଟିର ଆୟୋଜନ କରିଥିଲେ ଯେଉଁଥିରେ ବର କନ୍ୟା ଦୁହିଁଙ୍କ ଡ୍ରେସ୍ କୁ ନେଇ ଟ୍ରୋଲ୍ ହୋଇଥିଲେ ।

ଦ୍ୱିତୀୟ ରିସେପସନ୍ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କିଛି ତାରକା ନଜର ଆସିଥିବା ବେଳେ ଗତକାଲି ଆଉ ଏକ ରିସେପସନ୍ ପାର୍ଟି ଆୟୋଜନ ହୋଇଥିଲା ଯେଉଁଥିରେ ବଲିଉଡର ନାମୀଦାମୀ କଳାକାରଙ୍କୁ ଦେଖିବାକୁ ମିଳିଥିଲା ।

The Indian Express