ଖାଲି ଅଛି କଳାକାରଙ୍କ କୋଳ ! ଦେଖନ୍ତୁ କିଛି ସେଲିବ୍ରିଟିଙ୍କ ପାରିବାରିକ କାହାଣୀ

69

ପ୍ରେମ, ବିବାହ ଓ ବିଚ୍ଛେଦକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ୍ ତାରକା । ବହୁତ କମ୍ ସେଲିବ୍ରିଟି ନିଜ ପ୍ରେମକୁ ପାଇଥିବା ବେଳେ ଅନେକଙ୍କ ପ୍ରେମ କାହାଣୀ କିନ୍ତୁ ଅଧାରେ ରହିଯାଇଥାଏ । ତେବେ ଏମିତି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ପ୍ରେମରେ ସଫଳ ତ ହୋଇ ପାରିଛନ୍ତି ହେଲେ ଆଜି ବି ସେମାନଙ୍କ କୋଳ ଖାଲି ଅଛି । ନଜର ପକାନ୍ତୁ ସେମିତି କିଛି ସେଲିବ୍ରିଟି ଦମ୍ପତିଙ୍କ ଉପରେ ।

କିରଣ ଖେର୍ ଓ ଅନୁପମ୍ ଖେର୍

anupam kher kirronକିରଣ ଖେରଙ୍କ ପ୍ରଥମ ବିବାହ ମୁମ୍ବାଇର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ବେରୀଙ୍କ ସହ ହୋଇଥିଲା । କିନ୍ତୁ ତାଙ୍କ ଏହି ସଂପର୍କ ବେଶିଦିନ ତିଷ୍ଠି ପାରି ନଥିଲା । ଯେଉଁ ବର୍ଷ ଉଭୟଙ୍କ ବିଚ୍ଛେଦ ହୋଇଥିଲା ସେହି ବର୍ଷ ହିଁ କିରଣ ଅନୁପମ୍ ଖେରଙ୍କୁ ବିବାହ କରିଥିଲେ । ତେବେ ପ୍ରଥମ ସ୍ୱାମୀ ଗୌତମଙ୍କ ଠାରୁ କିରଣଙ୍କର ଗୋଟିଏ ପୁଅ ଅଛି ଯାହାର ନାଁ ସିକନ୍ଦର ଖେର୍ । କିନ୍ତୁ ଅନୁପମ୍ ଓ କିରଣଙ୍କ ବିବାହକୁ ୩୧ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ପିଲା ପିଲି ହୋଇନାହାଁନ୍ତି ।

ଜାଭେଦ୍ ଅଖତର୍ ଓ ଶବାନା ଆଜମୀ

shabana-azmiଜାଭେଦ୍ ଅଖତର୍ ଓ ଶବାନା ଆଜମୀଙ୍କ ଗଣତି ମଧ୍ୟ ଏହି ଲିଷ୍ଟରେ ହୁଏ , ଯାହାଙ୍କର ନିଜର କୋଣସି ପିଲା ନାହାଁନ୍ତି । ୧୯୮୪ରେ ବିବାହ କରିଥିବା ଏହି ଦମ୍ପତିଙ୍କ ସଂପର୍କକୁ ଏବେ ୩୨ ବର୍ଷ । ତେବେ ଫରହାନ୍ ଅଖତର୍ ଓ ଜୋୟା ଅଖତର୍ ଜଭେଦଙ୍କ ପ୍ରଥମ ସ୍ତ୍ରୀଙ୍କ ପିଲା ।

ସାୟରା ବାନୋ ଓ ଦିଲ୍ଲୀପ୍ କୁମାର୍

Film star Saira Bano and Dilip Kumarଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାର୍ ଓ ସାୟରା ବାନୋ ମଧ୍ୟ ପ୍ରେମ ବିବାହ କରିଛନ୍ତି । ହେଲେ ଏହି ଦମ୍ପତିଙ୍କ କୋଳ ଆଜି ବି ଖାଲି ଅଛି ଯେତେବେଳେ କି ଉଭୟଙ୍କ ବିବାହକୁ ଇତି ମଧ୍ୟରେ ୫୦ବର୍ଷ ହୋଇ ସାରିଲାଣି ।

 

ମୀନା କୁମାରୀ ଓ କମଲ୍ ଅମରୋହୀ

captureବଲିଉଡର ଟ୍ରାଜେଡି କୁଇନ୍ ଭାବରେ ପରିଚିତ ମୀନା କୁମାରୀ । ସେ ୧୯୫୨ରେ ନିର୍ଦେଶକ କମଲ୍ ଅମରୋହୀଙ୍କୁ ବିବାହ କରିଥିଲେ । ହେଲେ ଏହି ଦମ୍ପତିଙ୍କର ମଧ୍ୟ ନିଜର କୌଣସି ପିଲା ନାହାଁନ୍ତି । ତେବେ ୧୯୬୪ରେ ଉଭୟ ଅଲଗା ହୋଇଯାଇଥିଲେ ।