ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ବଡ ବଡ ସେଲିବ୍ରିଟିଙ୍କୁ ମତଦାନ କରୁଥିବାର ଦେଖିବାକୁ ମିଳିଥିଲା । ଖାସକରି ବଲିଉଡ ଓ କ୍ରିକେଟ ଜଗତର ନାମଦାମୀ ଚେହେରାଙ୍କୁ ମତଦାନ କେନ୍ଦ୍ରରେ ଲମ୍ବା ଲାଇନରେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ନିଜ ପରିବାର ସହ ଏହି ସେଲିବ୍ରିଟି ଭୋଟ ଦେଇଥିଲେ । ସିଦ୍ଧାର୍ଥ ମାଲହୋତ୍ରା, ସ୍ୱରା ଭାସ୍କର, ହୁମା କ୍ୟୁରେସିଙ୍କ ଭଳି ବଲିଉଡ କଳାକାର ଆଜି ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେବା ସହ ନେତା ବାଛିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
Took a quick break and came to Delhi for this. I’ve done my bit, it’s time you do yours! #VoteForIndia 🇮🇳 This is the most important work that you would do today. #DelhiVoteKar pic.twitter.com/AY2s32c3Ip
— Sidharth Malhotra (@SidMalhotra) May 12, 2019
ବଲିଉଡର ଅଧିକାଂଶ କଳାକାର ମୁମ୍ବାଇରେ ରହୁଥିଲେ ମଧ୍ୟ ମୂଳତଃ ଏମାନେ ଦିଲ୍ଲୀ ନିବାସୀ । ତେଣୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁମ୍ବାଇରୁ ଧାଇଁ ଦିଲ୍ଲୀ ଧାଇଁ ଆସିଛନ୍ତି ଏହି କଳାକାର । ଏପରିକି ଭୋଟ ଦେବା ସହ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏହି ସେଲିବ୍ରିଟି । ବଲିଉଡ ଅଭିନେତା ସିର୍ଦ୍ଧାଥ ମାଲହୋତ୍ରା ଭୋଟ ଦେବା ସହ ଫଟୋ ଟ୍ୱିଟରରେ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି, ଛୋଟିଆ ବ୍ରେକ ନେଇ ଭୋଟ ଦେବାକୁ ମୁଁ ଦିଲ୍ଲୀ ଆସିଛି । ଭୋଟ ଦେଇ ମୋ ଅଧିକାର ମୁଁ ସାବ୍ୟସ୍ତ କରିଛି ଏବେ ଆପଣଙ୍କ ପାଳି ।
And the ‘tabbar’ votes…. #DelhiVotes #GoVoteDelhi pic.twitter.com/hUm0HTkPG8
— taapsee pannu (@taapsee) May 12, 2019
ସେହିଭଳି ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ନିଜ ମା’ଙ୍କ ସହ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଭୋଟ ଦେବା ପରେ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ତାପସୀ ପନ୍ନୁ ଲେଖିଛନ୍ତି,ଭାରତ ମା’ ପାଇଁ ମୁଁ ଓ ମୋ ମା । ସେହିଭଳି ଅଭିନେତ୍ରୀ ହୁମା କ୍ୟୁରେସୀ ନିଜ ମାଙ୍କ ସହ ଭୋଟ ଦେବା ସହ ଇନଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରିଛନ୍ତି ।
I voted for #India
Hope you are voting too! #Delhi #LokSabhaElections2019 pic.twitter.com/xppLIgK16H— Swara Bhasker (@ReallySwara) May 12, 2019
ଅନ୍ୟପଟେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ହରିୟାଣାର ଏକ ବୁଥରେ ଭୋଟ ଦେଇଛନ୍ତି । ଭୋଟଗ୍ରହଣ ଆରମ୍ଭର କିଛି ସମୟ ମଧ୍ୟରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଥିଲେ କ୍ୟାପଟେନ କୋହଲି । ନିଜର ଫଟୋ ସେୟାର କରିବା ସହ କୋହଲି ଲେଖିଛନ୍ତି, ରାଷ୍ଟ୍ର ନିର୍ମାଣ ପାଇଁ ଭୋଟ ଦେବା ଆପଣଙ୍କ ଅଧିକାର ଓ କର୍ତ୍ତବ୍ୟ ମଧ୍ୟ । ସେହିଭଳି ପୂର୍ବତନ ଅଧିନାୟକ କପିଲ ଦେବ ମଧ୍ୟ ନିଜ ପରିବାର ସହ ଭୋଟ ଦେଇଛନ୍ତି । ଅନ୍ୟପଟେ ଚଳିତ ଲୋକସଭା ନିର୍ବାଚନରେ ବେଶ ସକ୍ରିୟ ରହିଥିବା ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଭୋଟ ଦେବା ପରେ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସ୍ୱରା ଚଳିତ ନିର୍ବାଚନରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ସମର୍ଥନ ମଧ୍ୟ କରିଥିଲେ ।