ଯେବେ ତୁଟିଯାଏ ମାୟାନଗରୀର ମାୟା ! ଚର୍ଚ୍ଚିତ କଳାକାର ପାଲଟେ ନିଖୋଜ କାହାଣୀର ଚରିତ୍ର

136

ମାୟାନଗରୀ ମୁମ୍ବାଇ । ଯାହାର ଚମକରେ ଚମକିଛନ୍ତି ଅନେକ ସେଲିବ୍ରିଟି । ହେଲେ ଏହାର ଅମାବାସ୍ୟାର ଅନ୍ଧାରରେ ମିଳେଇ ଯାଇଛନ୍ତି କିଛି ତାରକା । ଯାହାଙ୍କ ଗୋଟିଏ ଝଲକ୍ ଦେଖିବା ପାଇଁ ଦିନେ ଲୋକ ପାଗଳ ଥିଲେ , ପରବର୍ତ୍ତୀ ସମୟରେ କିନ୍ତୁ ସେମାନେ ହୋଇଯାଇଛନ୍ତି ନିଃସଙ୍ଗ । କିଏ ପାଗଳ ଖାନାରେ ତ ଆଉ ବିତାଇଛନ୍ତି ଏକାକୀ ଜୀବନ । ନଜର ପକାନ୍ତୁ ସେମିତି କିଛି ସେଲିବ୍ରିଟିଙ୍କ ଜୀବନ ଉପରେ ଯିଏ ଜୀବନରେ ସବୁଠାରୁ ଖରାପ ଦିନ ଦେଖିଛନ୍ତି ।

ପରବୀନ ବାବି
parveen-babi‘ଦୀବାର’ , ‘ନମକ୍ ହଲାଲ୍’, ‘ ଅମର ଆକବର ଆନ୍ଥୋନୀ’ ପରି ସୁପରହିଟ୍ ସିନେମାରେ କାମ କରିଥିବା ଅଭିନେତ୍ରୀ ପରବୀନ ବାବିଙ୍କର ମୃତ୍ୟୁ ମୁମ୍ବାଇସ୍ଥିତ ଫ୍ଲାଟରେ ହୋଇଥିଲା । ମୃତ୍ୟୁର ତିନି ଦିନ ପରେ ୨୨ ଜାନୁୟାରୀ ,୨୦୦୫ରେ ରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ୍ । ତେବେ ପରବୀନ୍ ମୁମ୍ବାଇରେ ବହୁତ ସମୟ ଧରି ଏକୁଟିଆ ରହୁଥିଲେ । ସେ ଶେଷ ସମୟରେ ଡିପେସନର ଶିକାର ହୋଇ ନିଜକୁ ସମସ୍ତଙ୍କଠାରୁ ପୂରା ଅଲଗା କରି ଦେଇଥିଲେ । କାହା ସହ ମିଳାମିଶା କରିବାକୁ ପସନ୍ଦ କରୁନଥିବା ପରବୀନ୍ ଅଚାନକ ସିନେମା ଦୁନିଆରୁ ଗାୟବ ହୋଇ ଯାଇଥିଲେ । ତେବେ ତାଙ୍କ ମୃତ୍ୟୁ ଅନେକ ଅସମାହିତ ପ୍ରଶ୍ନ ଛାଡି ଯାଉଛି ।

ଜଗଦୀସ୍ ମାଲୀ :

jagdish_maliପ୍ରସିଦ୍ଧ ଫଟୋଗ୍ରାଫର୍ ତଥା ଅଭିନେତ୍ରୀ ଅନ୍ତରା ମାଲୀଙ୍କ ବାପା ଜଗଦୀସ୍ ମାଲୀଙ୍କୁ ମୁମ୍ବାଇ ସଡକରେ ଭିକ ମାଗୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଜଗଦୀସଙ୍କ ମିଙ୍କ୍ ବରାର୍ ନାମକ ଜଣେ ମଡେଲ୍ ଚିହ୍ନିପାରି ତାଙ୍କୁ ଖାଇବାକୁ ଦେବା ସହ ସଲମାନଙ୍କ୍ କାରରେ ଘରକୁ ପଠାଇଥିଲେ । ତେବେ ଜଗଦୀଶ ମାନସିକ ସ୍ତରରେ ଅସୁସ୍ଥ ଥିବାର ଜଣା ପଡିଥିଲା । ୨୦୧୩ ମେ’ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅଚଲା ସଚଦେବ୍
achalanew630‘ଏ ମେରେ ଜୋହରା ଜବୀ ତୁଝେ ମାଲୁମ୍ ନେହିଁ’…. ୱକ୍ତ ସିନେମାର ଏହି ଗୀତ ଆଜିବି ଲୋକପ୍ରିୟ । ତେବେ ଏହି ସିନେମାରେ ମୁଖ୍ୟ ଭୂମିକାରେ ଥିବା ଅଚଲା ସଚଦେବଙ୍କ ମୃତ୍ୟୁ ହୋଇଥିଲା ଏପ୍ରିଲ ୨୦୧୨ରେ । ଅଚଳା ୨୦୦୨ ପରେ ପତିଙ୍କ ମୃତ୍ୟୁ ପରେ ଏକୁଟିଆ ପୁନେରେ ରହୁଥିଲେ । ତାଙ୍କ ଦାୟିତ୍ୱ ନେବା ପାଇଁ ଶେଷ ସମୟରେ ତାଙ୍କ ପାଖରେ କେହି ନଥିଲେ ।

ଦିନେ ପାଣି ପିଇବାକୁ ଯାଇ ଅଚଳାଙ୍କ ଜଙ୍ଘର ହାଡ ଭାଙ୍ଗି ଯାଇଥିଲା । ତେବେ ଅଚଳାଙ୍କ ଏହି ଅବସ୍ଥା ବିଷୟରେ ତାଙ୍କ ପାରିବାରିକ ବନ୍ଧୁ ରାଜୀବ ନନ୍ଦା ବଲିଉଡର ଅନେକ ପସିଦ୍ଧ ଲୋକଙ୍କୁ ଜଣାଇ ଥିଲେ ମଧ୍ୟ କେହି ତାଙ୍କର ଖୋଜ୍ ଖବର ନେବା ପାଇଁ ମଧ୍ୟ ଆସି ନଥିଲେ । ଏପରିକି ଆମେରିକାରେ ଥିବା ତାଙ୍କ ପୁଅ ଓ ମୁମ୍ବାଇରେ ଥିବା ଝିଅ ମଧ୍ୟ ଅଚଳଙ୍କୁ ଶେଷ ସମୟରେ ପର କରିଦେଇଥିଲେ । ତେବେ ଯେଉଁ ଫାଉଣ୍ଡେସନରେ ଅଚଳା ଦାନ ଦେଉଥିଲେ ଅନ୍ତିମ ସମୟରେ ସେହି ଜନସେବା ଫାଉଣ୍ଡେସନ୍ ହିଁ ତାଙ୍କ ଦେଖ ଭାଲ୍ କରିଥିଲା ।

ଏ.କେ.ହଙ୍ଗଲ୍

hangal_1190067gବଲିଉଡ ସିନେମାରେ ଚରିତ୍ରରେ ଭୂମିକାରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତା ଏ.କେ .ହଙ୍ଗଲ ୯୫ ବର୍ଷ ବୟସରେ ୨୦୧୨ରେ ଦେହତ୍ୟାଗ କରିଥିଲେ । ଅନେକ ହିଟ୍ ସିନେମାରେ କାମ କରିଥିବା ଏଇ ଅଭିନେତାଙ୍କ ଶେଷ ଜୀବନ ବହୁତ ଦୟନୀୟ ଅବସ୍ଥାରେ କଟିଥିଲା । ଶେଷ ସମୟରେ ସେ ନିଜ ଚିକିତ୍ସା ପାଇଁ ମଧ୍ୟ ଟଙ୍କା ଯୋଗାଡ କରିବାରେ ଅସମର୍ଥ ଥିଲେ । ତେବେ ଏକଥା ଶୁଣି ଅମିତାଭ ବଚ୍ଚନ ତାଙ୍କ ଚିକିତ୍ସା ପାଇଁ ୨୦ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ ।

ଭାରତ ଭୂଷଣ
bharat-bhusan୧୯୪୦ର ସବୁଠାରୁ ବଡ ତାରକାଙ୍କ ମଧ୍ୟରୁ ଭାରତ ଭୂଷଣ ଥିଲେ ଅନ୍ୟତମ । ତାଙ୍କ ଅନ୍ତ ମଧ୍ୟ ଥିଲା ଖୁବ ଦୁଃଖଦାୟକ । ଭାରତ ଭୂଷଣଙ୍କ ଅଭିନୀତ ସିନେମା ‘ଆନନ୍ଦ ମଠ’ , ମିର୍ଜା ଗାଲିବ , ବରସାତ କୀ ରାତ ଆଦି ସିନେମା ବକ୍ସ ଅଫିସରେ ବହୁତ ହିଟ୍ ସାବ୍ୟସ୍ତ ହୋଇଥିଲା । ଏହା ସହ ଧାର୍ମିକ ସିନେମା ପାଇଁ ପ୍ରସିଦ୍ଧ ଥିଲେ ଭାରତ । ତେବେ ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ତାଙ୍କୁ ସିନେମାର ଅଫର୍ ଆସିବାରେ ବନ୍ଦ ହୋଇଗଲା । ଆସ୍ତେ ଆସ୍ତେ ଭାରତ ଭୂଷଣଙ୍କ ପାଖରେ ନିଜ ଖର୍ଚ୍ଚ ତୁଲାଇବା ପାଇଁ ମଧ୍ୟ ଟଙ୍କା ନଥିଲା । ଏଥିପାଇଁ ଶେଷ ସମୟରେ ତାଙ୍କୁ ଏକ ଫିଲ୍ମ ଷ୍ଟୁଡିଓରେ ୱାଚମ୍ୟାନର ଚାକିରୀ କରିବାକୁ ପଡିଥିଲା । ୧୧୯୨ରେ ଏକ ଭଡାଘରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ମୀନାକୁମାରୀଙ୍କ ସହ ପ୍ରେମ ସଂପର୍କକୁ ତାଙ୍କ କ୍ୟାରିୟର ଅନ୍ତ ବୋଲି କୁହାଯାଏ ।

ରାଜ କିରଣ
1550137ସବୁଠାରୁ ବଡ ମାମଲା ୨୦୧୦ରେ ଅଭିନେତା ରାଜ କିରଣ ଆସିଥଲା । ‘କର୍ଜ’ ସିନେମାରେ ଋିଷି କପୁରଙ୍କ ସହ ଏକାଠି ଅଭିନୟ କରି ସାରିଥିବା ଏଇ ଅଭିନେତା ବିଗତ ଅନେକ ବର୍ଷ ଧରି ଆମେରିକାର ଏକ ପାଗଳଖାନାରେ ଭର୍ତ୍ତ ଥିଲେ । ମୁସ୍କିଲ ସମୟରେ ତାଙ୍କ ନିଜ ଲୋକ ତାଙ୍କ ହାତ ଛାଡି ଦେଇଥିଲେ । ରାଜ ଙ୍କ ମୃତ୍ୟୁର ଖବର ମଧ୍ୟ ଆସିଥିଲା । ଏକଥା ଶୁଣି ଋିଷି କପୁର୍ ବିଶ୍ୱାସ ନକରି ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଥିଲେ । ପରେ ସେ ଆମେରିକାରେ ରାଜଙ୍କୁ ଖୋଜି ପାଇଥିଲେ । ତା ପରେ ପରେ ରାଜ କିରଣଙ୍କର କଣ ହୋଇଥିଲା ସେ ସେ କଥା କାହାକୁ ବି ଜଣା ନାହିଁ ।

ଓପି ନୟର୍
large-o-p-nayyar-newପ୍ରସିଦ୍ଧ ସଙ୍ଗୀତକାର୍ ଓପି ନାୟରଙ୍କ ନିଧନ ୨୮ ଜାନୁଆରୀ ୨୦୦୭ରେ ୮୧ ବର୍ଷ ବୟସରେ ହୋଇଥିଲା । ପରିବାରରୁ ଅଲଗା ହେବା ପରେ ସେ ତାଙ୍କର ଜଣେ ଫ୍ୟାନଙ୍କ ଘରେ ରହୁଥିଲେ । ତେବେ ତାଙ୍କୁ ମଦ ପିଇବାର ଏମିତି ଅଭ୍ୟାସ ଥିଲା ଯେ ଯଦି କିଏ ତାଙ୍କ ଇଣ୍ଟରଭ୍ୟୁ ନେବା ପାଇଁ ଯାଉଥିଲେ ସେ ତାଙ୍କୁ ମଦ ପାଇଁ ଟଙ୍କା ମାଗୁଥିଲେ ।