ସିନେ ତାରକାଙ୍କ ନଖରାମୀ ! ପଢନ୍ତୁ ସିନେମା ସାଇନ୍ ପୂର୍ବରୁ ବି ଟାଉନ୍ ସେଲିବ୍ରିଟିଙ୍କ କିଛି ସର୍ତ୍ତ

24

ନିଜ ନଖରାମୀ ପାଇଁ ସବୁବେଳେ ଚର୍ଚ୍ଚିତ ବି ଟାଉନ୍ ସେଲିବ୍ରିଟି । ସିନେମାର ସୁଟିଂ ସେଟ୍ ହେଉ ବା କୌଣସି ସାର୍ବଜନୀନ ସ୍ଥାନ ହେଉ । ନଖରାମି ଦେଖାଇବାକୁ ଟିକେ ବି କୁଣ୍ଠାବୋଧ କରନ୍ତି ନାହିଁ ଅନେକ ସେଲିବ୍ରିଟି । ହେଲେ ଏମିତି କିଛି ତାରକା ଅଛନ୍ତି ଯିଏ ବିନା ସର୍ତ୍ତରେ କୌଣସି ସିନେମା ପାଇଁ ସାଇନ୍ କରନ୍ତି ନାହିଁ । କିଛି ତାରକାଙ୍କ ଏଭଳି ଡିମାଣ୍ଡ ଥାଏ ଯାହାକୁ ଶୁଣିଲେ ଆପଣଙ୍କ ଓଠରେ ହସ ଖେଳିଯିବ । ଏବେ ନଜର ପକାନ୍ତୁ ବଲିଉଡ୍ ତାରକାମାନଙ୍କର ଫରମାଇସ୍ ଉପରେ ।

ଅକ୍ଷୟ କୁମାର : ଖିଲାଡି ବୟ ଅକ୍ଷୟ କୁମାର ଏବେ ବଲିଉଡର ନୂଆ ‘ଦେଶଭକ୍ତ କୁମାର’ । ସିନେମା ପାଇଁ ଖୁବ୍ ପରିଶ୍ରମ କରୁଥିବା ଅକ୍ଷୟ ସମାୟନୁବର୍ତ୍ତୀ । ନିଜର ଏହି ଗୁଣ ପାଇଁ ‘ଜଲି ଏଲଏଲବି ୨’ ସିନେମାକୁ ମାତ୍ର ଗୋଟିଏ ମାସ ଭିତରେ ଶେଷ କରିଥିଲେ । କିନ୍ତୁ କୌଣସି ସିନେମା ସାଇନ୍ ପୂର୍ବରୁ ଗୋଟିଏ ସର୍ତ୍ତ ରଖିଥାନ୍ତି ଅକ୍ଷୟ । ତା ହେଲା ୱିକେଣ୍ଡରେ କାମ କରିବେ ନାହିଁ । ୱିକେଣ୍ଡରେ ନିଜ ପରିବାର ସହ ସମୟ ବିତାଇବା ପାଇଁ ଅକ୍ଷୟ କୁମାର ଏହି ସର୍ତ୍ତ ରଖିଥାନ୍ତି ।

ସଲମାନ୍ ଖାନ୍ : ସୁଲତାନ୍ ସଲମାନଙ୍କର ଗୋଟିଏ ସର୍ତ୍ତ ଅଛି ଯାହାକୁ ସମସ୍ତେ ଜାଣନ୍ତି । ତାହା ହେଉଛି ‘ନୋ କିସିଙ୍ଗ୍’ ସିନ୍ । ୧୯୮୮ରେ ‘ବିବି ହୋ ତୋ ଏସି’ ସିନେମାରୁ କ୍ୟାରିୟର୍ ଆରମ୍ଭ କରିଥିବା ସଲମାନ୍ ଆଜି ଯାଏଁ କୌଣସି ନାୟିକାଙ୍କୁ ରୂପେଲି ପରଦାରେ କିସ୍ କରି ନାହାଁନ୍ତି । କିନ୍ତୁ ସିନେମା ବାଦ୍ କୌଣସି ଡ୍ୟାନ୍ସ ସୋ କିମ୍ବା ଆୱାର୍ଡ ସୋ’ରେ ପରଫର୍ମ କରିବା ଆଗରୁ ଗୋଟିଏ ସର୍ତ୍ତ ରଖିଥାନ୍ତି ଭାଇଜାନ୍ । ତାହେଲା ସଲମାନ୍ ନିଜର ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏବଂ ଶାହାରୁଖ୍ ଖାନଙ୍କ ଉପରେ ହୋଇଥିବା ଗୀତରେ ଡ୍ୟାନ୍ସ କରିବେ ନାହିଁ ।

କରୀନା କପୁର୍ : କରୀନା କପୁର୍ କେବଳ ଏ- ଲିଷ୍ଟ୍ ଅଭିନେତାଙ୍କ ସହ ସିନେମା ସାଇନ୍ କରିଥାନ୍ତି । ଏମିତି ଅନେକ ସିନେମା ସେ ହାତଛଡା କରିଛନ୍ତି ଯେଉଁଥିରେ ଏ-ଲିଷ୍ଟ୍ ଆକ୍ଟର ନଥିଲେ । ଏହା ବ୍ୟତୀତ ସୈଫ୍ ଅଲ୍ଲୀ ଖାନଙ୍କ ସହ ବିବାହ ପରେ ପରଦା ଉପରେ ‘ନୋ କିସିଙ୍ଗ’ ସିନ୍ ସର୍ତ୍ତ ରଖିଛନ୍ତି ।

କଙ୍ଗନା ରନାୱତ୍ : ବଲିଉଡ୍ କୁଇନ୍ ରନାୱତଙ୍କର ସବୁଠାରୁ ବଡ ସର୍ତ୍ତ ହେଉଛି ତାଙ୍କ ସହ ଜଣେ ପର୍ସନାଲ୍ ଆସିଷ୍ଟାଂଟ୍ ସବୁବେଳେ ଉପସ୍ଥିତ ରହିବେ । ତେଣିକି ସିନେମା ସୁଟିଂ ଦେଶରେ ହେଉ ବା ବିଦେଶରେ । ଏହା ବ୍ୟତୀତ ଆଉ ଏକ ସର୍ତ୍ତ ହେଉଛି ଯଦି ସିନେମାର ସିନ୍ ବାଦ୍ ଅନ୍ୟ କୌଣସି କଥା ହେବାକୁ ଥିଲେ କଙ୍ଗନାଙ୍କ ସହ ନୁହେଁ ତାଙ୍କ ଆସିଷ୍ଟାଂଟଙ୍କ ସହ ହେବାକୁ ପଡିବ ।

ରିତିକ୍ ରୋଶନ୍ : ରିତିକ୍ ରୋଶନ୍ ନିଜ ଫିଟନେସକୁ ନେଇ ଖୁବ୍ ଯତ୍ନବାନ୍ । ସେଥିପାଇଁ ସେ ପାଖେ ପାଖେ ସବୁବେଳେ ଜଣେ ସୈଫଙ୍କୁ ରଖିଥାନ୍ତି । ରିତିକ୍ ନିଜ ଡାଏଟକୁ ଖୁବ୍ ଗମ୍ଭୀରତାର ସହ ଅନୁସରଣ କରିଥାନ୍ତି । ଆଉ ସେଥପାଇଁ ସୈଫର ଆବଶ୍ୟକତା ପଡିଥାଏ । ଆଉ ଏକ ସର୍ତ୍ତ ହେଉଛି ରିତିକ୍ କେଉଁଠି ବି ସୁଟିଂ କରନ୍ତୁ ନା କାହିିଁକି ପ୍ରଯୋଜକଙ୍କୁ ଆରମ୍ଭରୁ ଏକ ଭଲ ଜିମର ବ୍ୟବସ୍ଥା କରିବାକୁ କହିଥାନ୍ତି ।

ସୋନାକ୍ଷୀ ସିହ୍ନା : ସୋନାକ୍ଷୀଙ୍କୁ ଇଣ୍ଡଷ୍ଟ୍ରିକୁ ଆଣିବାର ଶ୍ରେୟ ସଲମାନଙ୍କୁ ଯାଏ । ତେଣୁ ନିଜ ଦବଙ୍ଗ ଗୁରୁଙ୍କ ପରି ସୋନାକ୍ଷୀ ମଧ୍ୟ ‘ନୋ କିସିଂ’ ରୁଲ୍ ଫଲୋ କରନ୍ତି ।

ବିଦ୍ୟୁତ୍ ଜାମୱାଲ୍ : ହିନ୍ଦି ସିନେମାର ‘କମାଣ୍ଡୋ’ ଯଦିଓ କ୍ୟାରିୟର୍ ମଧ୍ୟରେ ବେଶି ସିନେମା କରି ନାହାଁନ୍ତି କିନ୍ତୁ ନିଜର ଏକ ସର୍ତ୍ତକୁ ନେଇ ସେ ବେଶ୍ ଗମ୍ଭୀର । ବିଦ୍ୟୁତ୍ ଏମିତି କୌଣସି ସିନେମା କରନ୍ତି ନାହିଁ ଯେଉଁଥିରେ ସେ ନିଜକୁ ଫିଟ୍ ବୋଲି ଭାବି ନଥାନ୍ତି । ଶୁଣିବାକୁ ମିଳେ ଖାସ୍ ଏହି କାରଣ ପାଇଁ ସେ ସୁଜୋୟ ଘୋଷଙ୍କ ସିନେମା ‘ ଦ ଡିଭୋସନ୍ ଅଫ୍ ସସପେକ୍ଟ ଏକ୍ସ’ କୁ ଛାଡି ଦେଇଥିଲେ । ସିନେମାଟି ଏକ ଜାପାନୀ ଉପନ୍ୟାସ ଉପରେ ଆଧାରିତ ଥିଲା ।

ଅଲ୍ଲୀ ଜଫର୍ : ଭାରତୀୟ ସିନେମାରେ ନିଜ ଅଭିନୟ ଠାରୁ ଆରମ୍ଭ କରି ଗାୟିକିର ଜଲୱା ଦେଖାଇ ସାରିଥିବା ଅଲ୍ଳୀ ମଧ୍ୟ ‘ନୋ କିସିଙ୍ଗ୍’ ରୁଲ୍ ଫଲୋ କରନ୍ତି । ୨୦୧୨ରେ ତାଙ୍କର ଏକ ସିନେମା ଆସିଥିଲା ‘ଲଣ୍ଡନ୍ ପ୍ୟାରିସ୍ ନ୍ୟୁୟର୍କ’ । ଏଥିରେ ତାଙ୍କ ବିପକ୍ଷରେ ନାୟିକା ଥିଲେ ଅଦିତି ରାଓ ହୈଦରୀ । ତେବେ ଏହି ସିନେମାରେ ଏକ ଅନ୍ତରଙ୍ଗ ଦୃଶ୍ୟ ଥିଲା ଯାହାକୁ ଅଲ୍ଲୀ ସୁଟିଂ କରିବାକୁ ମନା କରିଦେଇଥିଲେ । ପରେ ଏହାକୁ ତାଙ୍କ ବଡି ଡବଲ୍ କରି ସୁଟିଂ କରାଯାଇଥିଲା ।