ବଲିଉଡ ବିୟୁଟି ଆଲିଆ ଭଟ୍ଟଙ୍କ ଖୁଲାସା ! କହିଲେ, ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଚାହେଁ

47

ବଲିଉଡର ଚୁଲବୁଲି ଓ କ୍ୟୁଟ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ ଲୋକପ୍ରିୟ । ନିଜ ଅଭିନୟ ଚାତୁରୀରେ ଦର୍ଶକଙ୍କ ମନ ମୋହୁଥିବା ଆଲିଆ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ କମ କଥା କୁହନ୍ତି । କିନ୍ତୁ ହିନ୍ଦୁସ୍ଥାନ ଟାଇମ୍ସକୁ ଦେଇଥିିବା ଏକ ସାକ୍ଷାତକାରରେ ଆଲିଆ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ରହସ୍ୟ ଖୋଲିଛିନ୍ତି । ସେ ଏଠାରେ କହିଛନ୍ତି କି ସେ ଶୀଘ୍ର ବିବାହ କରିବା ପାଇଁ ଚାହୁଁଛି ।

ଏହାସହ ସେ କହିଛନ୍ତି ମୁଁ ବହୁତ ଶୀଘ୍ର ବଲିଉଡ ଜଗତରେ ପ୍ରବେଶ କରିଥିଲି ଓ ଅଭିନୟ ମଧ୍ୟ ଶୀଘ୍ର ଆରମ୍ଭ କରିଛି । ଏବଂ ସତ କଥା ହେଲା ମୁଁ ବିଳମ୍ବରେ ବିବାହ କରିବା ପାଇ ଚାହୁଁନି । ଏବେ କିନ୍ତୁ ବିବାହ ନେଇ କୌଣସି ନିଷ୍ପତି ନେଇନି କି କୌଣସି ଯୋଜନା ମଧ୍ୟ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ନିକଟରେ ରିଲିଜ ହୋଇଛି ଆଲିଆ ଭଟ୍ଟ ଓ ବରୁଣ ଧାୱନଙ୍କ ସିନେମା ‘ବଦ୍ରୀନାଥ କୀ ଦୁହ୍ଲନିୟାଁ’ । ଏହି ସିନେମା ବକ୍ସ ଅଫିସରେ ଖୁବ ଭଲ ଆୟ ମଧ୍ୟ କରିପାରିଛି ।