ଶାହାରୁଖ-କାଜୋଲଙ୍କ ପରି ଆମ ଯୋଡି! ଶ୍ରଦ୍ଧା କପୁର

22

“ଆଶ୍ୱିକୀ ୨’ ର ବିପୁଳ ସଫଳତା ଗୋଟିଏ ପଟେ ଭଲ ଆୟ କରିବା ସହ ଅନ୍ୟ ପଟେ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଏହାସହ ଶ୍ରଦ୍ଧା କପୁର ଓ ଆଦିତ୍ୟ ରୟ କପୁରଙ୍କ ଯୋଡି ପାଇଁ ମଧ୍ୟ ରାସ୍ତା ଖୋଲା ହୋଇଗଲା । ପରଦାରେ ଶ୍ରଦ୍ଧା ଓ ଆଦିତ୍ୟଙ୍କ କେମେଷ୍ଟ୍ରି ଦର୍ଶକ ଏତେ ପସନ୍ଦ କରିଥିଲେ ଯେ ପ୍ରକୃତ ଜୀବନରେ ମଧ୍ୟ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇ ଯାଇଥିଲା ।

କିନ୍ତୁ ପରେ ଉଭୟଙ୍କ ଆପୋଷ ବୁଝାମଣାରେ ସେମାନେ ଅଲଗା ହୋଇଥିଲେ । ଏବେ ପୁଣି ଥରେ ଏଇ ଯୋଡି ନିର୍ଦ୍ଦେଶକ ଶାଦ ଅଲ୍ଲୀଙ୍କ ସିନେମା ‘ଓକେ ଜାନୁ’ରେ ନଜର ଆସିବେ । ନବଭାରତ ଟାଇମ୍ସ ଡଟକମ ସହ ଆଲୋଚନା ବେଳେ ଶ୍ରଦ୍ଧା କପୁର ଆଦିତ୍ୟଙ୍କ ସହ ତାଙ୍କ ଯୋଡିକୁ ଶାହାରୁଖ ଓ କାଜୋଲଙ୍କ ଯୋଡି ସହ ତୁଳନା କରିଛନ୍ତି ।

ଶ୍ରଦ୍ଧା କହିିଛନ୍ତି ବହୁତ କମ ଯୋଡି ଥାଆନ୍ତି ଯାହାକୁ ଦର୍ଶକ ଏତେ ପସନ୍ଦ କରନ୍ତି । ସେ କହିଛନ୍ତି ଆମ ଯୋଡିର ଲୋକପ୍ରିୟତା ଶାହାରୁଖ-କାଜୋଲୱାହିଦା ରେହେମାନ- ଗୁରୁଦତ୍ତଙ୍କ ପରି ହେବାରେ ଲାଗିଛି । ଦର୍ଶକ ଆମକୁ ସେହି ଯୋଡିଙ୍କ ପରି ପସନ୍ଦ କରିବା ସହ ଭଲପାଇବା ଦେଉଛନ୍ତି । ‘ଓକେ ଜାନୁ’ ସିନେମାର ପ୍ରମୋ ଦେଖି ଲୋକ ଆମ କେମେଷ୍ଟ୍ରେି ବିସୟରେ ଆଲୋଚନା କରୁଛନ୍ତି ଯାହାକି ତାଙ୍କ ସିନେମା ପାଇଁ ଭଲ । ଶ୍ରଦ୍ଧା ଓ ଆଦିତ୍ୟଙ୍କ ସିନେମା ‘ଓକେ ଜାନୁ’ ୧୩ ଜାନୁୟାରୀରେ ରିଲିଜ ହେବ ।