୬୨ ବର୍ଷରେ ବଲିଉଡ ଦିଭା ରେଖା

197

kmବିଗତ ଦିନର ସଫଳ ଅଭିନେତ୍ରୀ ରେଖାଙ୍କର ଆଜି ଶୁଭ ଜନ୍ମଦିନ । ଆଜିର ଦିନ ୧୦ ଅକ୍ଟୋବର ,୧୯୫୪ରେ ରେଖା ଗଣେସନ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ରେଖା ନିଜର ନିଖୁଣ ଓ ବିନ୍ଦାସ ଅଭିନୟ ପାଇଁ ବଲିଉଡରେ ବେଶ ସୁପରିଚିତ ।

ସେ ୧୯୬୬ ମସିହାରେ ଏକ ତେଲଗୁ ସିନେମା “ ରଙ୍ଗୁଲା ରତ୍ନମ୍ ”ରୁ ଶିଶୁ କଳାକାର ରୂପେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ତା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନଥିଲେ । ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଥିଲେ ।

indiatve3479d_rekha-rare-imagesରେଖା ତାଙ୍କ ଜୀବନକାଳ ଭିତରେ ୧୮୦ରୁ ଉର୍ଦ୍ଧ ସିନେମାରେ କାମ କରିସାରିଛନ୍ତି । ସେ ତିନି ଥର ଫିଲ୍ମ ଫେୟାର ଆୱାର୍ଡ , ଦୁଇଥର ବେଷ୍ଟ ଆକ୍ଟ୍ରେସ ଏବଂ ଖୁବସୁରତ (୧୯୮୦) ,ଖୁନ ଭରି ମାଙ୍ଗ (୧୯୮୮), ଖିଲାଡିୟୋଁ କା ଖିଲାଡି (୧୯୯୬) ପାଇଁ ବେଷ୍ଟ ସପୋର୍ଟିଙ୍ଗ ଆକ୍ଟ୍ରେସର ଆୱାର୍ଡ ପାଇଛନ୍ତି ।

ଏହାସହ ୧୯୮୧ ରେ ରିଲିଜ ହୋଇଥିବା ଫିଲ୍ମ ଉମରାଓଜାନ ପାଇଁ ନ୍ୟାସନାଲ ଫିଲ୍ମ ଆୱାର୍ଡ ମଧ୍ୟ ପାଇଛନ୍ତି । ସେ ୨୦୧୦ ରେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ବଲିଉଡ ଅଭିନେତ୍ରୀ ରେଖା ବ୍ୟକ୍ତିଗତ ଜୀବନରେ ବହୁ ବିବାଦରେ ଛନ୍ଦି ହୋଇଥିଲେ ମଧ୍ୟ ତାଙ୍କ ଫ୍ୟାନ ଫଲୋଇଙ୍ଗ୍ ସଂଖ୍ୟା ଏଯାଏ କମିନାହିଁ । ରେଖା ତାଙ୍କ ଅଭିନୟ ପ୍ରତିଭା ସହ ତାଙ୍କର ଡ୍ରେସିଂ ସେନ୍ସ୍ ପାଇଁ ମଧ୍ୟ ବେଶ ପରିଚିତ । ଆଜି ତାଙ୍କର ୬୨ ତମ ଜନ୍ମ ଦିନରେ ବି ସେ ପୂର୍ବପରି ସୁନ୍ଦର ଓ ଗ୍ଲାମରସ ଲାଗୁଛନ୍ତି ।