ପାକିସ୍ତାନୀ ବିଜ୍ଞାପନ କରିବା ପାଇଁ ପ୍ରାଚୀ କଲେ ମନା

31

ବଲିଉଡ ଅଭିନେତ୍ରୀ ପ୍ରାଚୀ ଦେଶାଇ ପାକିସ୍ତାନୀ ବିଜ୍ଞାପନରେ କାମ କରିବା ପାଇଁ ମନା କରିଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ପାକିସ୍ଥାନର ଏକ ବ୍ୟୁଟି ବ୍ରାଣ୍ଡ ନିଜ ପ୍ରଡକ୍ଟର ବିଜ୍ଞାପନ ପାଇଁ ପ୍ରାଚୀଙ୍କ ସହ ସଂପର୍କ କରିଥିଲେ । କିନ୍ତୁ ପ୍ରାଚୀ ଉକ୍ତ ଅଫରକୁ ବିନମ୍ରତା ସହ ମନା କରି ଦେଇଥିଲେ ।

ପାକିସ୍ଥାନ ଓ ଭାରତର ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ସେ ଏପରି ନିଷ୍ପତି ନେଇଛନ୍ତି । ପ୍ରାଚୀ କହିଛନ୍ତି, ସେ ଏବେ ପାକିସ୍ତାନର କୈାଣସି ବିଜ୍ଞାପନରେ କାମ କରୁନାହାଁନ୍ତି, କାରଣ ଏପରି କିଛି ପ୍ରସ୍ତାବ ଗ୍ରହଣ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ ନୁହଁ ବୋଲି ପ୍ରାଚୀ କହିଛନ୍ତି ।