୧୦ ଟଙ୍କାର ନାୟିକା କେମିତି ହେଲେ କୋଟିଏ ଟଙ୍କାର ମାଲିକାଣୀ ! ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦାଙ୍କ ସଂପତିରୁ ଉଠିଲା ପରଦା

61

ବଲିଉଡ୍ ଓ ରାଜନୀତିର ଏକ ପୁରୁଣା ସଂପର୍କ ରହିଛି । ଅଧିକାଂଶ ସମୟରେ ଅନେକ କଳାକାର ବଲିଉଡ ଜଗତରେ ନିଜର ସ୍ଥିତି ସମ୍ଭାଳିବାରେ ଅସମର୍ଥ ହୋଇଥିବାବେଳେ ରାଜନୀତି ଆଡକୁ ଢଳି ପଡିଛନ୍ତି । ତେବେ ସେ ଡ୍ରିମ ଗାର୍ଲ ହେମା ମାଳୀନି ହୁଅନ୍ତୁ ଗୋବିନ୍ଦା । ଏଭଳି ଜଣେ ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦା ଯିଏକି ବିଗତ ଦିନରୁ ରାଜନୀତିରେ ଜଡିତ ଅଛନ୍ତି ।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରେ ଜନ୍ମ ହୋଇଥିବା ଜୟା ମାତ୍ର ୭ ବର୍ଷ ବୟସରୁ ହିଁ ନାଚ ଓ ଗୀତରେ ରୁଚି ରଖିଥିଲେ । ଜୟାଙ୍କ ବାପା ସେହି ସମୟରେ ସିନେମାରେ ଟଙ୍କା ଲଗାଉଥିଲେ ଯେଉଁଥି ପାଇଁ ତାଙ୍କୁ ସିନେମାରେ ଅଭିନୟ କରିବାକୁ ସୁଯୋଗ ସୁରୁଖୁରରେ ମିଳିଯାଇଥିଲା । ଯେହେତୁ ଜୟା ଭଲ ନୃତ୍ୟ କରୁଥିଲେ ସେଥିପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ଆଉ ତାଙ୍କର ଏଭଳି ପ୍ରତିଭା ଦେଖି ଜଣେ ତେଲୁଗୁ ସିନେମାର ନିର୍ଦ୍ଦେଶକ ଜୟାଙ୍କୁ ନିଜର ‘ଭୂମି କୋସମ’ ସିନେମାରେ ଏକ ୩ ମିନିଟର ଡ୍ୟାନ୍ସ ନମ୍ବର ଅଫର କରିଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଡ୍ୟାନ୍ସ ପାଇଁ ତାଙ୍କୁ ମିଳିଥିଲା ମାତ୍ର ୧୦ ଟଙ୍କା । ଏହାପରେ ଜୟା ୧୯୭୯ରେ ହିନ୍ଦୀ ସିନେମା ‘ସରଗମ’ ଜରିଆରେ ବଲିଉଡରେ ପାଦ ଦେଇଥିଲେ । ଆଉ ନିଜର ଦମଦାର ଅଭିନୟ ବଳରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମୀ ଫେୟାର ପୁରସ୍କାର ପାଇଁ ମନୋନିତ ମଧ୍ୟ ହୋଇଥିଲେ ।

ତେବେ ୧୯୯୬ରେ ଆରମ୍ଭ ହୋଇଥିଲା ଜୟାଙ୍କ ରାଜନୈତିକ ଜୀବନ । ଆନ୍ଧ୍ରପ୍ରଦେଶର ପ୍ରତିନିଧିତ୍ୱ କରିବା ପାଇଁ ଜୟାଙ୍କୁ ରାଜ୍ୟସଭା ପାଇଁ ମନୋନିତ କରାଯାଇଥିଲା । ୨୦୦୪ରେ ରାମପୁରରେ ଜୟା ସମାଜବାଦୀ ପାର୍ଟିରେ ସାମିଲ ହୋଇ ନିର୍ବାଚନ ଜିତିଥିଲେ । ତେବେ ଏହାପରେ ଯେତେବେଳେ ୨୦୧୪ରେ ତାଙ୍କୁ ସାଧାରଣ ନିର୍ବାଚନ ପାଇଁ ନିଜର ପର୍ଚ୍ଚା ଦାଖଲ କରିବାକୁ ପଡିଥିଲା ସେତେବେଳେ ତାଙ୍କ ସଂପତିର ମୂଲ୍ୟ ଥିଲା ୨୩ କୋଟି ଟଙ୍କା । ଯଦିଓ ସେ ୨୦୦୯ରେ ନିଜ ସଂପତିର ମୂଲ୍ୟ ୧୩.୧୪ କୋଟି ଟଙ୍କା ଦାଖଲ କରିଥିଲେ । ୨୦୦୪ରେ ଜୟାଙ୍କ ସଂପତି ମାତ୍ର ୮.୪୨ କୋଟି ଟଙ୍କା ଥିଲା । ଜୟାଙ୍କ ପାଖରେ ୨୦୦୪ରେ ୭.୫ ଲକ୍ଷ ଓ ୨୦୦୯ରେ ୧୩ ଲକ୍ଷ ଟଙ୍କାର ସୁନାଳଙ୍କାର ଥିଲା । ୨୦୧୪ରେ ଏହି ଅଳଙ୍କାର ୫୬ ଲକ୍ଷ ଟଙ୍କା ଭାବେ ଦାଖଲ କରାଯାଇଥିଲା । ୨୦୦୯ ଯାଏଁ ଜୟାଙ୍କ ନିକଟରେ ମାତ୍ର ୨ଟି ଘର ରହିଥିଲା । ମାତ୍ର ୨୦୧୪ରେ ସେ ୯ କୋଟି ଟଙ୍କା ମୂଲ୍ୟରେ ୫ଟି ଘର ତିଆରି କରିଥିବା ସୂଚନା ମିଳିଥିଲା ।