ଆଠଗଡ ହାତୀ ପାଇଁ ବଲିଉଡ ଅଭିନେତ୍ରୀଙ୍କ ଦରଦ ! ସୁରକ୍ଷା ପାଇଁ ନବୀନଙ୍କୁ ଟୁଇଟ କଲେ ଦିଆ ମିର୍ଜା

34

କନକ ବ୍ୟୁରୋ : ଆଠଗଡର ହାତୀଙ୍କ ପାଇଁ ବଲିଉଡ ଅଭିନେତ୍ରୀ ଦିଆ ମିର୍ଜାଙ୍କ ଦରଦ । ହାତୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କଲେ ଦିଆ । ହାତୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଟ୍ୱିଟର ଜରିଆରେ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି ଦିଆ । ଏହାସହ ହାତୀ-ମଣିଷ ଲଢେଇର ଭିଜୁଆଲ ମଧ୍ୟ ଶେୟାର କରିଛନ୍ତି ।

ଆଠଗଡ ଅଂଚଳରେ ହାତୀ ଖାଦ୍ୟ ସନ୍ଧାନରେ ଜନବସତି ମୁହାଁ ହେଉଛନ୍ତି । ଫଳରେ ଅନେକ ସମୟରେ ହାତୀ ମଣିଷ ମୁହାଁମୁହିଁ ହେଉଛନ୍ତି । ଏପରି ପରିସ୍ଥିତିରେ ହାତୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରନ୍ତୁ ବୋଲି ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ଦିଆ ମିର୍ଜା । ସେ ଟ୍ୱିଟରେ ନବୀନଙ୍କୁ କହିଛନ୍ତି, ଆପଣ ଏନେଇ ହସ୍ତକ୍ଷେପ କଲେ ଏହି ବିଶାଳକାୟ ପ୍ରାଣୀକୁ ସୁରକ୍ଷା ମିଳିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-