ଦେଖି ପାରିଲେନି ଅନ୍ତିମ ଅଭିନୟ ! ଶେଷ ସିନେମା ରିଲିଜ୍ ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବଲିଉଡ୍ କଳାକାର

26

ନିକଟରେ ରିଲିଜ୍ ହୋଇଛି ସଲମାନ ଖାନଙ୍କ ‘ଟ୍ୟୁବ୍ ଲାଇଟ୍’ । ଯେଉଁଥିରେ ଦେଖିବାକୁ ମିଳିଥିଲା ସ୍ୱର୍ଗତଃ ଅଭିନେତା ଓମ୍ ପୁରୀଙ୍କୁ । ଟ୍ୟୁବଲାଇଟରେ ନିଜ ଅଭିନୟ ଦେଖିବା ପୂର୍ବରୁ ହିଁ ଚଳିତ ବର୍ଷ ଜାନୁଆରୀ ୬ରେ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ଓମ୍ ପୁରୀ । ତେବେ କେବଳ ଓମ୍ ପୁରୀ ନୁହଁନ୍ତି ଯାହାଙ୍କ ସହ ଏମିତି ହୋଇଛି । ବଲିଉଡରେ ଆହୁରୀ ଅନେକ କଳାକାର ଅଛନ୍ତି ଯିଏ ନିଜ ଶେଷ ସିନେମା ଦେଖିବା ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଅମ୍ରିଶ୍ ପୁରୀ : ବଲିଉଡର ‘ମୁଗୋମ୍ବୋ’ । ଏହି ମହାଖଳନାୟକ ନିଜ ଶେଷ ସିନେମା ଦେଖିପାରିନଥିଲେ । ଅମ୍ରିଶ୍ ପୁରୀ ନିଜ ଅନ୍ତିମ ସିନେମା ‘କଚ୍ଚି ସଡକ୍’ର ସୁଟିଂ ତ ପୁରା କରିଦେଇଥିଲେ ହେଲେ ରିଲିଜ୍ ପୂର୍ବରୁ ୨୦୦୫ ରେ ମୃତ୍ୟୁବରଣ କରିଥିଲେ । ସିନେମାଟି ୨୦୦୬ ସେପ୍ଟେମ୍ବରରେ ରିଲିଜ୍ ହୋଇଥିଲା ।

ରାଜେଶ୍ ଖାନ୍ନା : ବଲିଉଡର ପ୍ରଥମ ସୁପରଷ୍ଟାର୍, ରାଜେଶ୍ ଖାନ୍ନା । କିନ୍ତୁ ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ତାଙ୍କ ପାଖରେ କୌଣସି ସିନେମା ନଥିଲା । ରଜେଶ୍ ଖାନ୍ନା ନିଜର ଶେଷ ଦୁଇ ସିନେମା ‘ଜାନଲେବା ବ୍ଲାକ୍ ବ୍ଲଡ୍’ ଏବଂ ‘ରିୟସତ୍’ର ସୁଟିଂ ୨୦୧୧ରେ ଶେଷ କରିଦେଇଥିଲେ । କିନ୍ତୁ ସିନେମା ରିଲିଜ୍ ହେବା ପୂର୍ବରୁ ସେ ମୃତ୍ୟୁର କୋଳକୁ ଚାଲି ଯାଇଥିଲେ । ରାଜେଶ୍ ଖାନ୍ନାଙ୍କ ଦେହାନ୍ତର ଦୁଇ ବର୍ଷ ପରେ ‘ରିୟାସତ୍’ ରିଲିଜ୍ ହୋଇଥିଲା ।

ସମ୍ମି କପୁର୍ : ମସ୍ତ୍ ଅନ୍ଦାଜ୍ ପାଇଁ ପରିଚିତ ସମ୍ମି କପୁର୍ ନିଜର ଶେଷ ଅଭିନୟ ନାତି ରଣବୀର୍ କପୁରଙ୍କ ସିନେମା ‘ରକଷ୍ଟାର୍’ରେ କରିଥିଲେ । ଏହି ସିନେମାର ସୁଟିଂ ଶେଷ ହେବାର କିଛି ଦିନ ପରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ ସମ୍ମି । ଆଉ ନିଜ ନାତି ସହ ନିଜକୁ ଏକାଠି ପରଦାରେ ଦେଖିବାର ଇଚ୍ଛା ତାଙ୍କର ଇଚ୍ଛାରେ ରହିଗଲା ।

ଦିୱା ଭାରତୀ : ମାତ୍ର ୧୯ ବର୍ଷ ବୟସରେ ଦିୱା ଭାରତୀ ଦୁନିଆକୁ କହିଥିଲେ ଅଲବିଦା । ଦିୱାଙ୍କ ମୃତ୍ୟୁ ପୁରା ବଲିଉଡକୁ ଦୋହଲାଇ ଦେଇଥିଲା । ତାଙ୍କର ଶେଷ ସିନେମା ‘ସତରଞ୍ଜ୍’ ସୁପରହିଟ୍ ହୋଇଥିଲା । ତେବେ ସିନେମାଟି ତାଙ୍କ ଦେହାନ୍ତର ୯ମାସ ପରେ ରିଲିଜ୍ ହୋଇଥିଲା ।

ଫାରୁକ୍ ସେଖ୍ : ଅଫବିଟ୍ ସିନେମାରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଫାରୁକଙ୍କ ଦେହାନ୍ତ ୨୦୧୩ରେ ହୋଇଥିଲା । ତେବେ ଫାରୁକଙ୍କ ମୃତ୍ୟୁର ପ୍ରାୟ ଏକ ବର୍ଷ ପରେ ତାଙ୍କର ଅନ୍ତିମ ସିନେମା ‘ୟଙ୍ଗିସ୍ତାନ’ ରିଲିଜ୍ ହୋଇଥିଲା ।

ସଞ୍ଜୀବ୍ କପୁର୍ : ଯେତେବେଳେ ବି ସଞ୍ଜୀବଙ୍କ ନାଁ ସାମ୍ନାକୁ ଆସେ ସେତେବେଳେ ସ୍ୱତଃପ୍ରବୃତ ଭାବେ ଆଖିରେ ସମ୍ମାନ ଚାଲିଆସେ । ଯାହା ଏକଥାକୁ ପ୍ରମାଣ କରେ ଯେ ସଞ୍ଜୀବ୍ ଜଣେ ପ୍ରେରଣାଦାୟୀ ଅଭିନେତା । ମାତ୍ର ୪୭ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ସଞ୍ଜୀବ୍ । ତାଙ୍କର ହଠାତ୍ ମୃତ୍ୟୁ ଯେମିତି ବଲିଉଡକୁ ଅପଙ୍ଗ କରିଦେଇଥିଲା । ତାଙ୍କ ମୃତ୍ୟୁ ପରେ ୧୦ଟି ସିନେମାକୁ ଅଟକାଇ ଦିଆଯାଇଥିଲା । କାରଣ ଏହି ସବୁ ସିନେମା ପାଇଁ ତାଙ୍କୁ ଚୁକ୍ତି କରାଯାଇଥିଲା । ସଞ୍ଜୀବଙ୍କ ମୃତ୍ୟୁ ପରେ ସିନେମା ‘ପ୍ରଫେସର୍ କି ପଡୋଶନ୍’ ରିଲିଜ୍ ହୋଇଥିଲା ଯେଉଁଥିରେ ତାଙ୍କର ଶେଷ ଅଭିନୟ କଏଦ୍ ଥିଲା ।