ସର୍ବସମ୍ମୁଖରେ ସ୍ତ୍ରୀ’ଙ୍କ ଠାରୁ ମାଡ ଖାଇ ବେଇଜ୍ଜତ ହୋଇସାରିଛନ୍ତି ଏହି ଅଭିନେତାମାନେ ! ଏହି ତାଲିକାରେ ସୁପରଷ୍ଟାର ମଧ୍ୟ ସାମିଲ । 

32

ବଲିଉଡରେ ଏମିତି କିଛି ଅଭିନେତା ଅଛନ୍ତି ,ଯେଉଁମାନେ କି କ୍ୟାମେରା ସାମ୍ନାରେ ତଥା ସର୍ବସମ୍ମୁଖରେ ନିଜ ପତ୍ନୀଙ୍କ ହାତରୁ ଚାପୁଡ଼ା ଖାଇଛନ୍ତି । ଏହି ଖବର ଶୁଣିବା ପରେ ହୁଏତ ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗୁଥାଇପାରେ,ହେଲେ ଏହା ହିଁ ସତ ଅଟେ। ତେବେ ଆସନ୍ତୁ ଜାଣିବା ଏମିତି କିଛି ଅଭିନେତାଙ୍କ ବିଷୟରେ ,ଯିଏକି କ୍ୟାମେରା ସମ୍ନାରେ ତଥା ସର୍ବସମ୍ମୁଖରେ ନିଜ ପତ୍ନୀଙ୍କ ହାତରୁ ଚାପୁଡ଼ା ଖାଇଛନ୍ତି।

ଅକ୍ଷୟ କୁମାର :- ଅକ୍ଷୟ କୁମାରଙ୍କୁ ବଲିଉଡ୍ର ସବୁଠାରୁ ଅନୁଶାସିତ ଆକ୍ଟର ବୋଲି ମଧ୍ୟ କୁହାଯାଇଥାଏ।ଏଥିସହିତ ଅଭିନେତା ଅକ୍ଷୟ କୁମାର ବରିଷ୍ଠ ଅଭିନେତା ରାଜେଶ ଖାନ୍ନାଙ୍କ ଝିଅ ଟ୍ଵିଙ୍କିଲ୍ ଖାନ୍ନାଙ୍କୁ ବିବାହ ମଧ୍ୟ କରିସାରିଛନ୍ତି। ତେବେ ଅକ୍ଷୟ କୁମାର ତାଙ୍କର ଅଭିନେତ୍ରୀ ପତ୍ନୀ ଟ୍ଵିଙ୍କିଲ୍ ଖାନ୍ନାଙ୍କ ଠାରୁ ଏକ ହୋଟେଲ୍ର ଲବିରେ ଚାପୁଡ଼ା ଖାଇଥିଲେ।ଏହାସେ ସମୟରେ ସବୁଠୁଁ ଚର୍ଚ୍ଚାର ବିଷୟ ହୋଇଥିଲା।

କରଣ ସିଂହ ଗ୍ରୋଭର୍ :- ଅଭିନେତା କରଣ ସିଂହ ଗ୍ରୋଭର ହୁଏତ ଏବେ ଅଭିନେତ୍ରୀ ବିପାଶା ବସୁ ଙ୍କର ପତି ,ହେଲେ ଏହା ହେଉଛି କରଣଙ୍କର ତୃତୀୟ ବିବାହ । ଅଭିନେତା କରଣ ସିଂହ ଗ୍ରୋଭର ତାଙ୍କର ପୂର୍ବ ପତ୍ନୀ ତଥା ଟିଭି ଅଭିନେତ୍ରୀ ଜେନିଫର ଓ୍ଵିଂଗେଟ୍ଙ୍କଠାରୁ କ୍ୟାମେରା ସାମ୍ନାରେ ତଥା ସର୍ବ ସମ୍ମୁଖରେ ଚାପୁଡ଼ା ଖାଇଥିଲେ ।

ଆର୍ୟ୍ୟନ୍ ବୈଦ :- ଅଭିନେତା ଆର୍ୟ୍ୟନ ବୈଦଙ୍କ ପତ୍ନୀ ଆଲେକ୍ଜାଂଡର୍ ମଧ୍ୟ ତାଙ୍କୁ କ୍ୟାମେରା ସାମ୍ନାରେ ତଥା ସର୍ବସମ୍ମୁଖରେ ଚାପୁଡ଼ା ମାରିଥିଲେ।

ଇମ୍ରାନ୍ ହାସ୍ମୀ :- ସାଧାରଣଥଃ ଅଭିନେତା ଇମ୍ରାନ୍ ହାସ୍ମୀ ବଲିଉଡରେ ସିରିଅଲ୍ କିସର୍ ରୂପେ ବେଶ୍ ଜଣାଶୁଣା। ଯିଏକି ନିଜର କ୍ୟାରିଅର୍ର ଆରମ୍ଭରୁ ଫିଲ୍ମ ମଧ୍ୟରେ ବୋଲ୍ଡନେସ୍ର ସସସ୍ତ ସୀମାକୁ ପାର କରିଦେଇଥିଲେ। ତେବେ ଅଭିନେତା ଇମ୍ରାନ୍ ଏବେ ବିବାହିତ ଅଛନ୍ତି ଓ ଫିଲ୍ମରେ ନିଜର କମ୍ ବୋଲ୍ଡ ସିନ୍ ଦେଉଛନ୍ତି। ହେଲେ ଇମ୍ରାନ୍ ଏହାକୁ ସ୍ୱୀକାର କରିଛନ୍ତି ଯେ ସେ ଏକଦା ତାଙ୍କ ପତ୍ନୀଙ୍କ ହାତରୁ ସର୍ବ ସମ୍ମୁଖରେ ଚାପୁଡ଼ା ଖାଇଥିଲେ।