୧୦ବର୍ଷ ପରେ ପୁଣି ଏକାଠି ନଜର ଆସିବେ ବଲିଉଡର ‘ଦବଙ୍ଗ’ ଓ ‘ବାଦଶାହା’ 

30

ବଲିଉଡ ଅଭିନେତା ସଲମାନ ଖାନ ଓ ଶାହାରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସିର ଖବର । ଫେରିଆସିଛନ୍ତି କରଣ-ଅର୍ଜୁନ । ବଲିଉଡର ‘ଦବଙ୍ଗ’ ଓ ‘ବାଦଶାହା’ କବୀର ଖାନଙ୍କ ନିର୍ଦ୍ଦେଶିତ ସିନେମା ‘ଟ୍ୟୁବଲାଇଟ’ରେ ଏକାଠି ନଜର ଆସିବେ ବୋଲି ସୂଚନା ମିଳିଛି । ଦର୍ଶକ ଉଭୟଙ୍କୁ ଦୀର୍ଘ ୧୦ ପରେ ସିଲଭର ସ୍କ୍ରିନରେ ପୁଣିଥରେ ଏକାଠି ଦେଖିପାରିବେ । କବୀରଙ୍କ ଏହି ସିନେମାରେ ଶାହାରୁଖ କାମିଓ କରୁଥିବାର ନଜର ଆସିବେ ।

ଦୁଇ ବନ୍ଧୁ ଯେବେ ଠାରୁ ଏକାଠି ହୋଇଛନ୍ତି, ଉଭୟଙ୍କ ପ୍ରଶଂସକ ବିଗତ ଦିନର କରଣ-ଅର୍ଜୁନଙ୍କୁ ଏକାଠି ଦେଖିବାପାଇଁ ଉତ୍ସୁକତାର ସହ ଚାହିଁ ବସିଥିଲେ । ଏବେ ଜଣାପଡୁଛି ଦର୍ଶକଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି । ଏ ଦୁଇ ବଲିଉଡ ତାରକା ପୂର୍ବରୁ ‘ହମ ତୁମହାରେ ହେ ସନମ’, ‘କୁଛ କୁଛ ହୋତା ହେ’,“କରଣ-ଅର୍ଜୁନ’ ଆଦି ସିନେମାରେ ଏକାଠି ଅଭିନୟ କରିଥିଲେ ।