ପରଲୋକରେ ବଲିଉଡ ଅଭିନେତା ମହେଶ ଆନନ୍ଦ ! ୫୭ ବର୍ଷ ବୟସରେ ନିଜ ବାସଭବନରେ କଲେ ପ୍ରାଣତ୍ୟାଗ

ମହେଶ ଆନନ୍ଦଙ୍କର ନିଜର ମୁମ୍ବାଇସ୍ଥିତ ବାସଭବନରେ ମୃତ୍ୟୁ ଘଟିଥିବା ଜଣାଯାଇଛି

213
କନକ ବ୍ୟୁରୋ : ବଲିଉଡର ଜଣାଶୁଣା ଚରିତ୍ର ଅଭିନେତା ମହେଶ ଆନନ୍ଦଙ୍କର ନିଜର ମୁମ୍ବାଇସ୍ଥିତ ବାସଭବନରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ମହେଶଙ୍କ ବୟସ ୫୭ ବର୍ଷ ବୟସ ହୋଇଥିଲା। ନବେ ଦଶକରେ ସେ ଖଳନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ମହେଶ ଆନନ୍ଦଙ୍କର କେତୋଟି ଉଲ୍ଲେଖନୀୟ ସିନେମା ହେଲା କୁରୁକ୍ଷେତ୍ର, କୁଲି ନଂ-୧, ବିଜେତା,  ଆଦି।
ସେ ଅମିତାଭ ବଚ୍ଚନ, ସଂଜୟ ଦତ୍ତ, ଗୋବିନ୍ଦା ଓ ସନ୍ନି ଦେଓଲଙ୍କ ଭଳି ଲୋକପ୍ରିୟ ଅଭିନେତାଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ। ତାଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ଶେଷ ସିନେମା ହେଲା ‘ରଙ୍ଗିଲା ରାଜା’। ଏଥିରେ ଗୋବିନ୍ଦାଙ୍କ ସହ ମହେଶ ଆନନ୍ଦଙ୍କୁ ଦେଖିବାକୁ ମିଳିଥିଲା।ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

Comments are closed.