ଅକ୍ଷୟଙ୍କ ନୂଆ ଚେହେରା ! ଆଗାମୀ ଫିଲ୍ମ ‘ଗୋଲ୍ଡ’ରେ ଆସିବେ ନଜର

17

ବଲିଉଡ୍ ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାର ଏବେ ନିଜର ଆଗାମୀ ଫିଲ୍ମ ‘ଗୋଲ୍ଡ’ର ସୁଟିଂରେ ବ୍ୟସ୍ତ । ଖାସ୍ କଥା ଏହା ଯେ ବଲିଉଡର ଏହି ଖିଲାଡ଼ି ଏହି ଫିଲ୍ମରେ ଅସଲ ଜୀବନର ଖିଲାଡିମାନଙ୍କ (ଖେଳାଳି) ଦ୍ୱାରା ପ୍ରଭାବିତ ହେବାର ନଜର ଆସୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଫିଲ୍ମର ସୁଟିଂ ଇଂଲଣ୍ଡରେ ଚାଲିଛି । ଏବେ ଅକ୍ଷୟ ଏହି ଫିଲ୍ମର ଫାଷ୍ଟ ଲୁକ୍ ଜାରି କରିଛନ୍ତି ।

ସୂଚନା ଅନୁସାରେ ଅକ୍ଷୟଙ୍କର ଏହି ଫିଲ୍ମଟି ଦେଶ ସ୍ୱାଧୀନତା ପରର ଏକ ଘଟଣା । ୧୯୪୮ରେ ଭାରତୀୟ ହକି ଟିମ୍ ଲଣ୍ଡନରେ ଆୟୋଜିତ ଅଲିମ୍ପିକ୍ ଖେଳରେ ପ୍ରଥମ ଥର ପାଇଁ ଗୋଲ୍ଡ ଜିତିବା କାହାଣୀ ଉପରେ ଆଧାରିତ ଅଟେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରିମା କାଗତି ।

ଟ୍ୱିଟରରେ ଫିଲ୍ମରେ ନିଜର ଲୁକ୍ ବିଷୟରେ ସୂଚନା ଦେଇ ଅକ୍ଷୟ ପ୍ରଥମ ଦିନର ସୁଟିଂ ବିଷୟରେ କହିଛନ୍ତି । ଅକ୍ଷୟ ନିଜର ଟ୍ୱିଟର ପୋଷ୍ଟରେ ଲେଖିଛନ୍ତି , ଏକ ନୂଆ ଯାତ୍ରା ପଥରେ ଏବେ ଅଗ୍ରସର । ଗୋଲ୍ଡର ଏ ପ୍ରଥମ ଦିନ । ସବୁଦିନ ଭଳି ଆପଣଙ୍କର ଭଲପାଇବା ଓ ଶୁଭ କାମନା ଆଶା କରୁଛି ।