କୋଟିପତି ପୁଅର ଦରିଦ୍ର ବାପ ! ପୁଅ କ୍ରିକେଟର ଜଗତର ଜଣେ ଖ୍ୟାତନାମ ତାରକା ହେଲେ ତାଙ୍କ ବାପା ଏବେବି ଷ୍ଟେସନରେ ବିସ୍କୁଟ୍ ବିକ୍ରିକରି ପୋଷୁଛନ୍ତି ପେଟ

83

କଥାରେ ଅଛି ଗୋଟିଏ ବାପ ପାଇଁ ତାର ପିଲାମାନେ ସେହି ସ୍କିମ ଭଳି ହୋଇଥାନ୍ତି, ଯେଉଁଥିରେ ଥରେ ଇନଭେଷ୍ଟ କରିବା ପରେ ଲାଭ ମିଳୁ କିମ୍ବା ନମିଳୁ…କିଛି ଗ୍ୟାରେଂଟି ନଥାଏ ।

ଜଣେ ବାପ ନିଜର ଅଧାରୁ ଅଧା ଜୀବନ ନିଜ ସନ୍ତାନମାନଙ୍କୁ ମଣିଷ କରିବାରେ ଉତ୍ସର୍ଗ କରିଦେଇଥାଏ । ଯେଉଁ ଦୁଃଖ ଓ ଯନ୍ତ୍ରଣାକୁ ତାଙ୍କୁ ସହିବାକୁ ପଡୁଛି ତାହା ଯେପରି ପିଲାମାନଙ୍କ ଉପରେ ନପଡୁ, ସେଥିପାଇଁ ଦିନରାତି ଏକାକାର କରି ଅକ୍ଳାନ୍ତ ପରିଶ୍ରମ କରିବାକୁ ବି ପଛାଇ ନଥାଏ ଗୋଟିଏ ବାପ । ପିଲାଙ୍କ ପାଠପଢାଠାରୁ ଆରମ୍ଭ କରି କଲେଜ ଏବଂ ପକେଟମନି ପର୍ଯ୍ୟନ୍ତ, ଜଣେ ବାପାକୁ ସମସ୍ତ ବନ୍ଦୋବସ୍ତ ସମୟ ପୂର୍ବରୁ ହିଁ କରିବାକୁ ପଡିଥାଏ । ଆଉ ପୁଣି କିଛି ସନ୍ତାନ ଏଭଳି ବାହାରିଥାନ୍ତି, ଯେଉଁମାନେ କି ବୃଦ୍ଧାକାଳରେ ତାଙ୍କୁ ଭୁଲି ଯାଆନ୍ତି, ଯିଏକି ସେମାନଙ୍କୁ ଯୋଗ୍ୟର କରିଥିଲେ ।  ଆମେ ଆପଣଙ୍କୁ ଏଭଳି ଜଣେ ବାପାର କାହାଣୀ ସଂପର୍କରେ ଜଣାଇବୁ,ଯାହାଙ୍କର ପୁଅ ଆଜି ଜଣେ କୋଟିପତି ତଥା ଜଣେ ତାରକା ହେଲେ ତାଙ୍କ ବାପା ଷ୍ଟେସନରୁ ଷ୍ଟେସନ ବୁଲି ବିସ୍କୁଟ ବିକ୍ରିକରି ନିଜ ପେଟ ପୋଷୁଛନ୍ତି ।

ସିନ୍ନା ସ୍ୱାମୀ । ଯିଏକି କ୍ରିକେଟ୍ ଜଗତର ଜଣେ ଏଭଳି ତାରକାଙ୍କ ବାପା , ଯାହାଙ୍କୁ ଅନେକ ଲୋକ ସ୍ପିନବୋଲରର ଭଗବାନ ଭଳି ପୂଜା କରୁଛନ୍ତି । ଆମେ ଆଲୋଚନା କରୁଛୁ ସାରା ବିଶ୍ୱରେ ସବୁଠାରୁ ଅଧିକ ଟେଷ୍ଟ ଏବଂ ଦିନିକିଆ ମ୍ୟାଚରେ ଓି୍ୱକେଟ ନେଇଥିବା ମହାନ ଶ୍ରୀଲଙ୍କୀୟ ସ୍ପିନର ମୁଥିୟା ମୁରଲିଧରନଙ୍କ ବିଷୟରେ । ଆଜ୍ଞା ହଁ ! ମୁରଲିଧରନ । ଆଜିର ଦିନରେ ଯଦି ବି ସେ ଜଣେ କୋଟିପତି କିନ୍ତୁ ତାଙ୍କ ବାପା ଏବେବି ରେଲୱେ ଷ୍ଟେସନରେ ବିସ୍କୁଟ ବିକି ପେଟ ପୋଷୁଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ମୁରଲିଧରନଙ୍କ ବାପା ସିନ୍ନାସ୍ୱାମୀ ଖୋଦ୍ ଏକଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି କି, ଏକ ବିସ୍କୁଟ ଫ୍ୟାକ୍ରି ରହିଛି ଆଉ ଆଜି ବି ସେ ପର୍ଯ୍ୟନ୍ତ ବିସ୍କୁଟ ବିକ୍ରି କରି ପେଟ ପୋଷୁଛନ୍ତି ଆଉ ସେ କେଉଁଠି ବି ମୁରଲିଧରନଙ୍କ ନାଁ ବ୍ୟବହାର କରିନାହାଁନ୍ତି । କାରଣ ସେ ମୁରଲିଧରନଙ୍କ ନାଁ କହି ନିଜର ବ୍ୟବସାୟକୁ ଦ୍ୱିଗୁଣିତ କରିପାରିବେ ହେଲେ ସେ ଏଭଳି କରିପାରିବେ ନାହିଁ ।

ସିନ୍ନାସ୍ୱାମୀ କହିଥିଲେ କି, ମୁଁ ମୋର ପୁଅର ନାଁ ବ୍ୟବହାର କରିବାକୁ ଚାହୁଁନି । ମୁଁ ମୋର ଫାଇଦା ପାଇଁ ମୁରଲିଧରନକୁ କ୍ଷତି ପହଂଚାଇବାକୁ ଚାହୁଁନି । ତାର ଇଜ୍ଜତକୁ ନିଲାମୀ କରିବାକୁ ବି ଚାହୁଁନି । ସେ ଆହୁରୀ ମଧ୍ୟ କହିଥିଲେ କି, ମୁରଲିଧରନ ପାଖରେ ଶ୍ରୀଲଙ୍କାର ଏକ ବଡ ବ୍ରାଣ୍ଡର ବିସ୍କୁଟର ଏଣ୍ଡୋର୍ସମେଂଟ ରହିଛି ଆଉ ମୁଁ ଚାହୁଁନି କି ମୁରଲିଧରନକୁ ଏଥିରୁ ହେଉଥିବା ରୋଜଗାର ବନ୍ଦ ହୋଇଯାଉ ବୋଲି । ତେବେ ପୁଅର ଅଜର୍ସ ସଂପତି, ଆଲିଶାନ ବଙ୍ଗଳା ଏବଂ ସବୁ ପ୍ରକାରର ସୁଖ ସୁବିଧା ଥିବା ସତ୍ୱେ ମୁରଲିଧରନଙ୍କ ବାପା ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି । ସେ ସବୁବେଳେ ଗୋଟିଏ ଧଳା ରଙ୍ଗର ଲୁଙ୍ଗିରେ ନଜର ଆସିଥାନ୍ତି ।