ସ୍ୱାମୀର ମଦ ଛଡାଇବାକୁ ଧବଳେଶ୍ୱରରେ ମାନସିକ ରଖିଲେ ସ୍ତ୍ରୀ: କିପରି ମଦ ଛାଡିବେ ସ୍ୱାମୀ, ଶିବଙ୍କୁ ପ୍ରାର୍ଥନା

62

କନକ ବ୍ୟୁରୋ: ସ୍ୱାମୀଙ୍କ ଠାରୁ ମଦ ଛଡାଇବା ପାଇଁ ସ୍ତ୍ରୀଙ୍କ ଶିବ ଆରାଧନା । ଏଭଳି ଘଟଣା ସାମ୍ନାକୁ ଆସିଛି ପ୍ରଭୁ ଧବଳେଶ୍ୱରଙ୍କ ପୀଠରୁ । ଶ୍ରାବଣ ଦ୍ୱିତୀୟ ସୋମବାରରେ ହଜାର ହଜାର ଭକ୍ତ ଆସିଛନ୍ତି ପୀଠକୁ । ସେମାନଙ୍କର ବିଶ୍ୱାସ, ପ୍ରଭୁ ଧବଳେଶ୍ୱରଙ୍କୁ ପାଣି ଲାଗି କଲେ କୋଟି ଜନ୍ମର ପୂଣ୍ୟ ଲାଭ ହେବା ସହ ମନସ୍କାମନା ପୂରଣ ହୋଇଥାଏ ।

ହେଲେ ଏମିତି ଜଣେ ମହିଳା ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ଯିଏ ତାଙ୍କ ସ୍ୱାମୀଙ୍କ ଦୀର୍ଘଦିନର ମଦ ଅଭ୍ୟାସ ଛଡାଇବା ପାଇଁ ଧାଇଁ ଆସିଛନ୍ତି ଏହି ଶିବାଳୟକୁ । ଏଠାରେ ସେ ପୂଜାର୍ଚ୍ଚନା କରିବା ସହ ତାଙ୍କ ସ୍ୱାମୀ କିପରି ମଦ ଛାଡିବେ ସେନେଇ ପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ।

ସେପଟେ, ଭଦ୍ରକ ନଳଗାଁ ନିକଟରେ ୧୦ଫୁଟ ଦବିଲା ୧୬ ନଂ ଜାତୀୟ ରାଜପଥ । ଅଳ୍ପକେ ବର୍ତିଲେ ବୋଲବମ ଭକ୍ତ । ଗତକାଲି ରାତି ୧୧ଟାରେ ପୁରୀରୁ ଗୋରଖପୁର ଏକ ବସରେ ୬୦ଜଣ ଭକ୍ତ ଯାଉଥିବା ସମୟରେ ରାସ୍ତା ଦବି ଯିବାରୁ ବସଟି ଖମାରେ ଗଳି ପଡିଥିଲା । କିଛି ଘଂଟା ପାଇଁ ଜାତୀୟ ରାଜପଥ ଜାମ ହୋଇଥିଲା ।

ଖବର ପାଇ ଗ୍ରାମାଂଚଳ ଥାନାଧିକାରୀ ଘଟଣାସ୍ଥଳରେ ପହଁଚି ବସ ଓ ଅନ୍ୟ ଏକ ଟ୍ରକକୁ ଉଦ୍ଧାର କରିଥିଲେ । ଭଗବାନଙ୍କ ପାଇଁ ବଂଚିଯାଇଛୁ ବୋଲି କହିଛନ୍ତି ବସ୍ରେ ଯାଉଥିବା ଭକ୍ତ । ଏନଏଚଆଇ କର୍ତୁପକ୍ଷ ଖବର ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।