ତାତିଲେ ମହିଳା ! ବଲାଙ୍ଗିର ରେଲୱେ ଷ୍ଟେସନ୍ ପାଖ ମଦ ଦୋକାନରେ ଲଗାଇଲେ ନିଆଁ

30

କନକ ବ୍ୟୁରୋ : ମଦ ବିରୋଧରେ ତାତିଲେ ମହିଳା । ଦୋକାନରେ ଲଗାଇ ଦେଲେ ନିଆଁ । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ । ରେଲୱେ ଷ୍ଟେସନ୍ ପାଖରେ ଥିବା ସମସ୍ତ ମଦ ଦୋକାନକୁ ନିଆଁ ଲଗାଇ ଦେଇଛନ୍ତି ଶତାଧିକ ମହିଳା । ଖାଲି ସେତିକି ନୁହେଁ, ମଦ ଦୋକାନରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି ମହିଳାମାନେ । ମଦ ଦୋକାନକୁ ବନ୍ଦ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ମହିଳାମାନେ ଉତ୍ୟକ୍ତ ହୋଇ ମଦ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ।