ବଲାଙ୍ଗୀର: ମହାବଳର ମୃତ୍ୟୁକୁ ନେଇ ଅନିଶ୍ଚିତତା ଜାରି, ଆଜି ଖପ୍ରାଖୋଲରେ ହେବ ଶବ ବ୍ୟବଚ୍ଛେଦ

41

କନକ ବ୍ୟୁରୋ : ବଲାଙ୍ଗୀରରେ ମହାବଳର ମୃତ୍ୟୁକୁ ନେଇ ଅନିଶ୍ଚିତତା ଜାରି ରହିଛି । କେମିତି ହେଲା ମହାବଳର ମୃତ୍ୟୁ । ତାକୁ ନେଇ ଖୋଲତାଡ ଜାରି ରହିଛି । ଆଜି  ମୃତ ବାଘର ବ୍ୟବଚ୍ଛେଦ କରାଯିବ । ଖପ୍ରାଖୋଲର ଲାଠୋରରେ ତାର ବ୍ୟବଚ୍ଛେଦ କରାଯିବ । ଖପ୍ରାଖୋଲ ବ୍ଲକ୍ ଡୋରମୁଣ୍ଡା ଗାଁ ନିକଟ ବଡ ପତରା ଜଙ୍ଗଲରୁ ମହାବଳ ବାଘର ମୃତଦେହ ଠାବ ହୋଇଥିଲା । ବାଘର ଦେହରେ କୌଣସି କ୍ଷତ ଚିହ୍ନ ନାହିଁ ।

ତେବେ ତାର ନାକରୁ କେବଳ ରକ୍ତ ଶ୍ରବ ହୋଇଛି । ଶିକାର ଉଦ୍ଦେଶ୍ୟରେ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇବା ପରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଜଙ୍ଗଲରେ ପହଞ୍ଚିଛି । ପୂର୍ବରୁ ଏହି ଅଂଚଳରେ ମହାବଳ ବାଘ ଥିବାର ଦେଖିବାକୁ ମିଳିନଥିଲା । ଏହା ପ୍ରଥମ ଘଟଣା । ସୁନାବେଡା ଅଭୟାରଣ୍ୟ କିମ୍ବା ନୂଆପଡା ଡେଡେଙ୍ଗା ଜଙ୍ଗଲରୁ ବାଘଟି ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :