ସୁଲିଆ ପୀଠରେ ରକ୍ତର ସୁଅ ! ପ୍ରଶାସନର ବାରଣ ସତ୍ୱେ ବଲାଙ୍ଗିରରେ ପଡିଲା ପଶୁବଳି

88

ବଲାଙ୍ଗିର : ବହୁ ବାଦ ବିବାଦ ସତ୍ୱ ଶେଷ ହୋଇଛି ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା । ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜା ସଂପନ୍ନ ପରେ ରକ୍ତରଞ୍ଜିତ ହୋଇଛି ଶୁଳିଆ ପୀଠ । ପ୍ରଶାସନର ବାରଣ ସତ୍ୱେ ଶହ ଶହ ସଂଖ୍ୟାରେ ପଶୁ ବଳିଦିଆଯାଇଛି ।

ପଂଚବାଦ୍ୟ ଦୁଲୁଦୁଲିର ତାଳେତାଳେ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆଦିବାସୀ ମାନେ ଶୋଭାଯାତ୍ରାରେ ବାହାରି ଯାତ୍ରାର ଆରମ୍ଭ କରିଥିଲେ । ପ୍ରତିଥର ଭଳି ଏଥର ମଧ୍ୟ ପରମ୍ପରା ଅନୁଯାୟୀ ବଳିଦେବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ମିଳିତ ଶୁଳିିଆ ପୂଜା କମିଟି ବୈଠକରେ ନିଷ୍ପତି ହୋଇଥିଲା । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା ।