ବଲାଙ୍ଗୀର: ପ୍ରଶାସନର ବାରଣ ସତ୍ୱେ ଶୁଳିଆ ଯାତ୍ରାରେ ରକ୍ତରଂଜିତ ହୋଇଛି ପୀଠ

30

ବଲାଙ୍ଗୀର: ବଲାଙ୍ଗୀରର ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ ହୋଇଛି । ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜା ସଂପନ୍ନ ପରେ ବଳିଦିଆଯାଇଛି । ପ୍ରଶାସନର ବାରଣ ସତ୍ୱେ ରକ୍ତରଂଜିତ ହୋଇଛି ପୀଠ । ପଂଚୁବାଦ୍ୟ ଦୁଲୁଦୁଲିର ତାଳେତାଳେ ପରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆଦିବାସୀ ମାନେ ଶୋଭାଯାତ୍ରାରେ ବାହାରିଥିଲେ । ପ୍ରତିଥର ଭଳି ଏଥର ମଧ୍ୟ ପରମ୍ପରା ଅନୁଯାୟୀ ବଳିଦେବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ମିଳିତ ଶୁଳିିଆ ପୂଜା କମିଟି ବୈଠକରେ ନିଷ୍ପତି ହୋଇଥିଲା ।