ବିସ୍ଥାପିତଙ୍କ କ୍ଷତିପୂରଣ ଦାବିରେ ବଲାଙ୍ଗିର ସୁକତେଲରେ ଆକ୍ସନ କମିଟିର ଜଳ ସତ୍ୟାଗ୍ରହ

27

ବଲାଙ୍ଗିର : ସୁକତେଲ ପ୍ରକଳ୍ପ ଦ୍ୱାରା ପ୍ରଭାବିତଙ୍କ କ୍ଷତିପୂରଣ ଦାବି ନେଇ ଜଳ ସତ୍ୟାଗ୍ରହ । ବିସ୍ଥାପିତଙ୍କ କ୍ଷତିପୂରଣ ଦାବିରେ ଜଳ ସତ୍ୟାଗ୍ରହ କରିଛି ବଲାଙ୍ଗିର ଆକ୍ସନ କମିଟି । ୨୦୧୩ ପଲିସି ଅନୁସାରେ କ୍ଷତିପୂରଣ ସହ ପ୍ରକଳ୍ପ କାମ ତ୍ୱାରନିତ ଦାବିରେ ଆଜିଠାରୁ ଏହି ସତ୍ୟାଗ୍ରହ ଆରମ୍ଭ ହୋଇଛି । କମିଟିର ଡାକରା ମୁତାବକ ଖଗସାବାହାଲ୍ ନିକଟରେ ଶହ ଶହ କ୍ଷତିଗ୍ରସ୍ତ ଗ୍ରାମବାସୀ ସୁକତେଲ ନଦୀରେ ସତ୍ୟାଗ୍ରହ କରିଛନ୍ତି।

କ୍ଷତିପୂରଣ ପାଇଁ ବାରମ୍ବାର ଦାବି କରି ବିଫଳ ହେବା ପରେ ଜଳ ସତ୍ୟାଗ୍ରହ ପାଇଁ ନିଷ୍ପତି ନିଆଯାଇଥିବା ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ କୁହାଯାଇଛି । ଏଥିରେ ବୁଡି ଅଂଚଳ ୧୪ ଗଁର ଲୋକଙ୍କ ସହ ବହୁ ସାମାଜିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି । ଜଳ ସତ୍ୟାଗ୍ରହ ପାଇଁ କମିଟିର ଡାକରା ପରେ ଗତକାଲି ଜିଲ୍ଲାପାଳ, ଏସପି, ଲୋୟର ସୁକତେଲ ପ୍ରକଳ୍ପର ମୁଖଯନ୍ତ୍ରୀ, ଭୁ-ଅର୍ଜନ ଅଧିକାରୀ ଏବଂ ଆକ୍ସନ କମିଟି ୨ ଘଂଟା ଧରି ଆଲୋଚନା କରିଥିଲେ ସୁଦ୍ଧା କୌଣସି ନିଷ୍ପତି ନିଆଯାଇ ପାରିନଥିଲା।