ବଲାଙ୍ଗିର ରେପ୍ ଭିଡ଼ିଓ ମାମଲାରେ ନୂଆ ଟୁଇଷ୍ଟ୍ : ପ୍ରେମିକ ସହ ହେବ ପୀଡିତାଙ୍କ ବାହାଘର

116

ବଲାଙ୍ଗିର : ବଦନାମ ବଜାରରେ ସଚ୍ଚା ପ୍ରେମିକ । ଦୁଷ୍କର୍ମ ପୀଡିତାର ହାତ ଧରିବାକୁ ଆଗେଇ ଆସିଛି ପ୍ରେମିକ । ବଲାଙ୍ଗିର ଜିଲ୍ଲା ଦେଓଗାଁର ଲଜ୍ଜାଜନକ ଘଟଣା ପରେ ପ୍ରେମିକାକୁ ବିବାହ କରିବାକୁ କହିଛି ସଂପୃକ୍ତ ପ୍ରେମିକ । ତେବେ ବର୍ତମାନ ଉଭୟ ନାବାଳକ ଅଛନ୍ତି । ସେପଟେ ପୁଲିସ୍ କହିଛି, ଗିରଫ ଅଭିଯୁକ୍ତଙ୍କର ଆଗରୁ କୌଣସି ଅପରାଧିକ ରେକର୍ଡ ନାହିଁ।

ଗତ ୨୫ ତାରିଖରେ ଟଂକା ପାଇଁ ତିଆରି ହୋଇଥିଲା ରେପ୍ ଭିଡିଓ । ନିରୋଳାରେ ବସି କଥାବାର୍ତା ହେଉଥିବା ବେଳେ ୫ ଜଣ ଦୁବୃତ ସେମାନଙ୍କୁ ଜଙ୍ଗଲ ଭିତରକୁ ଜୋରଜବରଦସ୍ତ ଉଠାଇ ନେଇଥିଲେ । ଆଉ ବାଧ୍ୟ କରିଥିଲେ ସଂପର୍କ ସ୍ଥାପନ କରିବାକୁ । ପରେ ୫୦ ହଜାର ଟଂକା ଦାବି କରିଥିଲେ । ଟଂକା ନଦେଲେ ଭିଡିଓକୁ ବଜାରରେ ଛାଡିବାକୁ ଧମକ ବି ଦେଇଥିଲେ । ଘଟଣାର ୪ ଦିନ ପରେ ସଂପୃକ୍ତ ପୁଅଝିଅ ୨୦ ହଜାର ଟଂକା ଦେଇଥିଲେ । ତେବେ ବଳକା ଟଂକା ନଦେଇପାରିବାରୁ ଦୁବୃତମାନେ ଭିଡିଓକୁ ବଦନାମର ବଜାରକୁ ଛାଡିଦେଇଥିଲେ । ଘଟଣାରେ ପୁଲିସ୍ ଏଯାଏଁ ୪ ଜଣଙ୍କୁ ଗିରଫ କରିସାରିଛି। ଏଭଳି ସ୍ଥିତିରେ ଆଜି ସଂପୃକ୍ତ ଝିଅକୁ ବିବାହ କରିବେ ବୋଲି କହିଛନ୍ତି ପ୍ରେମିକ।

ଏହା ସହ ବଦନାମ ବଜାରରେ ବୁଲୁଛି ବଲାଙ୍ଗିରର ରେପ୍ ଭିଡିଓ