ବଦନାମ୍ ବଜାରରେ ଇଜ୍ଜତ ନିଲାମକୁ ପରିହାସ କଲେ ପ୍ରେମିକ : ପ୍ରେମିକାକୁ ଦେଲେ ବିବାହର ପ୍ରତିଶୃତି

68

ବଲାଙ୍ଗିର : ଗୋଟିଏ ପଟେ ଭୟ ଅନ୍ୟପଟେ ଅସହାୟତା । ଦୁର୍ବୃତଙ୍କ ଚାପରେ ପଡି ସେ ରଖିଥିଲେ ଶାରୀରିକ ସଂପର୍କ। ଭୟ ଓ ଆତଙ୍କ ତାଙ୍କୁ ବାଧ୍ୟ କରିଥିଲା ପ୍ରେମିକାଙ୍କ ଲଜ୍ଜା ସହ ଖେଳିବାକୁ । ଏବେ ସମୟ ପଶ୍ଚାତାପର ନୁହେଁ ବରଂ ପ୍ରେମିକାକୁ ଜୀବନସାଥୀ କରିବାର । ବଲାଙ୍ଗିର ରେପ୍ ଭିଡିଓ ଭାଇରାଲ ହେବା ପରେ ବି ପ୍ରେମିକ ଏହି ନିଷ୍ପତି ନେଇଛନ୍ତି । ପ୍ରେମିକାର ଇଜ୍ଜତ ବଜାରରେ ବିକ୍ରି ହୋଇଯିବା ପରେ ବି ତାଙ୍କୁ ବିବାହ କରିବାର ନିଷ୍ପତି ନେଇଛନ୍ତି ଏହି ଯୁବକଜଣକ। ଆଉ ଏହି ନିଷ୍ପତି ଏବେ ଦୁଇ ପରିବାରକୁ ଆଶ୍ୱସ୍ତ କରିଛି। କାରଣ ଏତେ ବଡ ଘଟଣା ପରେ ଝିଅର ଭବିଷ୍ୟତ ଠେଲି ହୋଇଯାଇଥିଲା ଅନିଶ୍ଚିତତା ଭିତରକୁ । ତେବେ ଉଭୟେ ଏବେ ନାବାଳିକା ଅଛନ୍ତି, ତେଣୁ ବିବାହ ପାଇଁ ବର୍ଷଟିଏ ଅପେକ୍ଷା କରାଯିବ।

ପ୍ରେମୀଯୁଗଳଙ୍କୁ ଭୟଭୀତ କରି ରେପ ଭିଡିଓ ପ୍ରସ୍ତୁତ ହୋଇଥିଲା । ବଲାଙ୍ଗିର ଜିଲ୍ଲାର ଛୋଟିଆ ଅଚଂଳର ଏ ବଡ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । କାରଣ ଗୋଟିଏ ମିନିଟରେ ନିଳାମ୍ ହୋଇଯାଇଛି ଜଣେ ଯୁବତୀଙ୍କ ଇଜ୍ଜତ । ଏହି ଘଟଣା ପରେ କନକ ନ୍ୟୁଜ୍ କ୍ୟାମେରାଟିମ୍ ଭୁବନେଶ୍ୱରର କିଛି ଲଭର୍ସ ପଏଂଟ ପହଂଚିଥିଲା । ଯେଉଁଠି ନିରୋଳା ମୁହୁର୍ତରେ ହୁଏ ପ୍ରେମ ଦିଆନିଆ । ତେବେ ବଲାଙ୍ଗିର ଘଟଣା ପରେ ଆତଙ୍କିତ ହୋଇ ପଡିଛି ପ୍ରେମୀମନ ।

ଯୁଗ ସହ ତାଳ ଦେଇ ଯୁବପୀଢିଙ୍କ ମାନସିକତା ବଦଳୁଛି । ହେଲେ ବଲାଙ୍ଗିରର ଏହି ଅଭାବନୀୟ ଘଟଣା, ବାଟବଣା ଯୁବପୀଢି ଯେ ଲକ୍ଷ୍ମଣରେଖା ପାର କରି ଯାଇଛନ୍ତି, ତାହା ବୟାନ କରୁଛି।

ଏହା ସହ ବଦନାମ ବଜାରରେ ବୁଲୁଛି ବଲାଙ୍ଗିରର ରେପ୍ ଭିଡିଓ