ବଲାଙ୍ଗୀରରେ ବାଜି ମାରିବ କିଏ । ମୈଦାନରେ ରାଜପରିବାରର ଦିଅର-ଭାଉଜଙ୍କୁ ଟକ୍କର ଦେବେ ନରସିଂହ ନନ୍ଦନ । ଫଟୋରେ ଫଟୋରେ ଦେଖନ୍ତୁ ୭ ବିଧାନସଭା ନିର୍ବାଚନମଣ୍ଡଳର ଟିକିନିକି ତଥ୍ୟ

189

କନକ ବ୍ୟୁରୋ : ବଲାଙ୍ଗୀରରେ କିଏ ମାରିବ ବାଜି । ବିଜୟର ହ୍ୟାଟ୍ରିକ ଲଗାଇବ କି ବିଜେଡି ନା ୧୦ ବର୍ଷ ପରେ ପୁଣିଥରେ ବଲାଙ୍ଗୀରରେ ଫୁଟିବ ପଦ୍ମ ନା ଦୀର୍ଘ ଦୁଇ ଦଶନ୍ଧି ପରେ କମବ୍ୟାକ୍ କରିବ କଂଗ୍ରେସ । ବିଜେଡି ଓ ବିଜେପି ରାଜପରିବାର ସଦସ୍ୟଙ୍କୁ ମୈଦାନକୁ ଓହ୍ଳାଇଥିବା ବେଳେ କଂଗ୍ରେସ ଏଠାରେ ହେଭିୱେଟ ନରସିଂହ ନନ୍ଦନ ସମରେନ୍ଦ୍ରଙ୍କୁ ମୈଦାନକୁ ଓହ୍ଲାଇଛି । ତେଣୁ ଏଠାରେ କଡା ଟକ୍କର ଦେଖିବାକୁ ମିଳିବ । ଖାସକରି ରାଜପରିବାରର ଭାଉଜ-ଦିଅରଙ୍କୁ କଡା ଟକ୍କର ଦେବେ ନରସିଂହଙ୍କ ପୁଅ ।

ବଲାଙ୍ଗୀର ବିଜୟ ପାଇଁ ବିଜେଡିର ଯୋଦ୍ଧା ରାଜାପୁଅ କଳିକେଶ । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି କଥା

ବଲାଙ୍ଗୀରରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବେ ନରସିଂହ ନନ୍ଦନ । ଜାଣନ୍ତୁ ତାଙ୍କ ବିଷୟରେ କିଛି

ବଲାଙ୍ଗୀରରେ ବିଜେପିକୁ ବିଜୟ ଦେବା ପାଇଁ ମୈଦାନରେ ସଙ୍ଗୀତା । କେମିତି ଥିଲା ତାଙ୍କର ରାଜନୈତିକ କ୍ୟାରିୟର

ବୀରମହାରାଜପୁରରେ ବୀରତ୍ୱ ଦେଖାଇବ କିଏ?୨୦୦୦ ପରଠାରୁ ଲଗାତାର ବିଜୟୀ ହୋଇ ଆସୁଛି ବିଜେଡି । ଏଯାଏଁ ଖାତା ଖୋଲିନି ବିଜେପି । ଦୁଇ ଦଶନ୍ଧି ପରେ କମବ୍ୟାକ୍ କରିବାକୁ କଂଗ୍ରେସ କଷୁଛି ଅଙ୍କ ।

କଣ୍ଟାବାଞ୍ଝିରେ ହେବ କାଣ୍ଟେ କି ଟକ୍କର । ଏଯାଏଁ ବିଜେପିକୁ ମିଳିନି ବିଜୟ ସୁଯୋଗ, ପୁଣିଥରେ ବିଜୟ ପାଇଁ ପ୍ରାର୍ଥୀ ବଦଳାଇଛି ବିଜେଡି । କମବ୍ୟାକ କରିବାକୁ କଂଗ୍ରେସର ପୁରୁଣା ସିପାହୀ ସନ୍ତୋଷ

ଲୋଇସିଂହା ଲଢେଇରେ ବାଜି ମାରିବ କିଏ । ୨୦୦୦ ପରଠାରୁ ହୋଇଥିବା ନିର୍ବାଚନରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ଲୋଇସିଂହାବାସୀ । ଚଳିତଥର ନୂଆ ମୁହଁଙ୍କୁ ନେଇ ମୈଦାନକୁ ଓହ୍ଲାଇଛନ୍ତି ୩ ଦଳ ।

ପାଟଣାଗଡରେ କାହାର ପଲା ଭାରି । ୧୯୯୫ ପରଠାରୁ ବିଜେପିର ଅଭେଦ୍ୟ ଦୁର୍ଗ ରହିଛି ପାଟଣାଗଡ । ବିଜୟର ସ୍ୱାଦ ଚାଖିବାକୁ କଂଗ୍ରେସ ଓ ବିଜେଡିର ଅଙ୍କକଷା । କାହାକୁ ଭରସା କରିବେ ଜନତା ।

ପାଟଣାଗଡରେ ବିଜୟ ସୂଚକ ଛକା ମାରିବାକୁ ପ୍ରସ୍ତୁତ କନକବର୍ଦ୍ଧନ । ଜାଣନ୍ତୁ କେମିତି ରହିଛି ତାଙ୍କର ରାଜନୈତିକ କ୍ୟାରିୟର

ବଲାଙ୍ଗୀରରେ ପୁରୁଖାଙ୍କୁ ଟକ୍କର ଦେବାକୁ ମୈଦାନରେ ବିଜେଡି ଓ ବିଜେପିର ନବାଗତ । ନରସିଂହଙ୍କ ଉପରେ ପୁଣି କଂଗ୍ରେସର ଭରସା । ପୁଣିଥରେ ଗଡ ଦଖଲ ପାଇଁ ବାପାଙ୍କ ବଦଳରେ ପୁଅ ସାଜିଲେ ବିଜେଡି ସିପାହୀ । ପଦ୍ମ ଫୁଟାଇବାକୁ ବିଜେପିର ଟ୍ରମ୍ପକାର୍ଡ ଅନନ୍ତ ।

ବଲାଙ୍ଗୀର ବିଜୟ ପାଇଁ ବାପା ଅନଙ୍ଗଙ୍କ ବଦଳରେ ମୈଦାନକୁ ଓହ୍ଲାଇଛନ୍ତି ପୁଅ ଅର୍କେଶ । ଜାଣନ୍ତୁ ତାଙ୍କର ପଲିଟିକାଲ କ୍ୟାରିୟର ବିଷୟରେ

ବଲାଙ୍ଗୀର ବିଜୟ ପାଇଁ କଂଗ୍ରେସର ହେଭିୱେଟ ନରସିଂହ । ଜାଣନ୍ତୁ ନରସିଂହଙ୍କ ରାଜନୈତିକ କ୍ୟାରିୟରର କିଛି କଥା

କିଏ ଦଖଲ କରିବ ସୋନପୁର ସିଂହାସନ ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ନିରଞ୍ଜନ । ୨୦୦୦ ପରଠାରୁ କଂଗ୍ରେସ ଥରେ ଓ ବିଜେଡି ୩ଥର କରିଛି ବାଜିମାତ । ଏଯାଏଁ ବିଜୟ ସ୍ୱାଦ ଚାଖିନି ବିଜେପି  ।

ଟିଟିଲାଗଡରେ କାହାକୁ ଦେବେ କିଏ ଟକ୍କର । ବିଜେଡି- କଂଗ୍ରେସର ଭରସା ପୁରୁଣା ପ୍ରାର୍ଥୀ, ନୂଆ ମୁହଁ ସହ ମୈଦାନରେ ବିଜେପି । ୨୦୦୦ ପରଠାରୁ ବିଜେଡି ୩ଥର ଓ କଂଗ୍ରେସ ଥରେ ମାରିଛି ବାଜି । ଏଯାଏଁ ଖାତା ଖୋଲିପାରିନାହିଁ ବିଜେପି ।