ପାଟଣାଗଡ ପାର୍ସଲ ବୋମା ଘଟଣା ! ଆଜି କଟକ ଏସସିବିରୁ ଡିସଚାର୍ଜ ହୋଇ ଘରକୁ ଫେରିବେ ରିମା ସାହୁ

33

କନକ ବ୍ୟୁରୋ : ଆଜି ଏସସିବିରୁ ଡ଼ିସଚାର୍ଜ ହୋଇପାରନ୍ତି ପାର୍ସଲ ବୋମା ପୀଡ଼ିତା । ବଲାଙ୍ଗିର ପାର୍ସଲ ବୋମା ବିସ୍ପୋରଣ ଘଟଣାରେ ଗୁରୁତର ହୋଇ ଏସସିବିରେ ଚିକିତ୍ସିତ ହେଉଥିଲେ ରିମା ସାହୁ । ଆଜି ସେ ମେଡ଼ିକାଲରୁ ଡ଼ିସଚାର୍ଜ ହୋଇପାରନ୍ତି । ପ୍ଲାଷ୍ଟିକ ସର୍ଜରି ବିଭାଗରେ ଚିକିତ୍ସାଧୀନ ଥିବା ରିମାଙ୍କୁ ଇଏନ୍ଟି ବିଭାଗରୁ କ୍ଲିୟରାନ୍ସ ମିଳିଥିବା ବେଳେ ଡ଼ିସଚାର୍ଜ ପାଇଁ ଚକ୍ଷୁ ବିଭାଗର କ୍ଲିୟରାନ୍ସ ଆବଶ୍ୟକ ରହିଛି ।

parcel bomb

ଆଜି ଚକ୍ଷୁ ବିଭାଗରୁ କ୍ଲିୟରାନ୍ସ ମିଳିବା ପରେ ତାଙ୍କୁ ମେଡ଼ିକାଲରୁ ଡିସଚାର୍ଜ କରାଯାଇ ପାରେ । ରିମାଙ୍କୁ ନେବା ପାଇଁ ଏସସିବିରେ ପୀଡ଼ିତାଙ୍କ ପରିବାର ସଦସ୍ୟ ପହଂଚି ସାରିଛନ୍ତି । ଡ଼ିସଚାର୍ଜ କରିବାକୁ ସମୟ ଲାଗୁଥିବାରୁ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଝିଅ ଏବେ ସୁସ୍ଥ ଅଛି କ’ଣ ପାଇଁ ତାଙ୍କୁ ଏତେ ଦିନ ମେଡ଼ିକାଲରେ ରଖାଯାଇଛି ବୋଲି ରିମାଙ୍କ ବାପା ମେଡ଼ିକାଲ କତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ଏହା ସହ ରିମାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଡ଼ିସଚାର୍ଜ ପରେ ପୋଲିସ ହିପାଜତରେ ଘରକୁ ନେବା ପାଇଁ ରିମାଙ୍କ ବାପା ଦାବି କରିଛନ୍ତି ।