ଶବକୁ ନେବା ପାଇଁ ମିଳିଲାନି କାନ୍ଧ ! ଏଚଆଇଭିରେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ କାନ୍ଧ ଦେଲେନି ଆତ୍ମୀୟ ସ୍ୱଜନ କି ଗ୍ରାମବାସୀ

38

କନକ ବ୍ୟୁରୋ : ଶବକୁ ନେବା ପାଇଁ ମିଳିଲାନି କାନ୍ଧ । ଏଚଆଇଭିରେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶେଷଯାତ୍ରା ପାଇଁ କାନ୍ଧ ଦେଲେନି ଆତ୍ମୀୟ ସ୍ୱଜନ କି ଗ୍ରାମବାସୀ । ଏଭଳି ଖବର ଆସିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗାଁରୁ । ଏହି ଗାଁର ଜଣେ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତି ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି । ବଂଚିଥିବା ବେଳେ ଜୀବନର ଶେଷ ସଂଗ୍ରାମ ଯାଏଁ ତ କିଛି ସାହାଯ୍ୟ ମିଳିଲା ନାହିଁ, ମୃତ୍ୟୁ ପରେ ବି ଜ୍ଞାତି କୁଟୁମ୍ବଙ୍କ କାନ୍ଧ ମିଳିଲାନି ।

ଗତକାଲି ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଘରକୁ ଆଣିଥିଲେ ପରିବାର ଲୋକ । ଏ ଖବର ଗାଁରେ ପ୍ରସାରିତ ହେବା ପରେ ମୃତକଙ୍କୁ କାନ୍ଧ ଦେବା ପାଇଁ ସଂପର୍କିୟମାନେ ଆସିନଥିଲେ । ଶବକୁ ମଶାଣିକୁ ନେବା ପାଇଁ ଜ୍ଞାତି ଭାଇ ଆସୁନଥିବା ଜାଣି ମୃତକଙ୍କ ଘରେ ପହଂଚିଥିଲେ ସେହି ଗାଁର ସମାଜସେବୀ ସୁଶିଲ କୁମାର ଅଗ୍ରୱାଲ । ସେଠାରେ ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ କେହି ନଆସିବାରୁ ନିଜେ ଚାରି ପାଂଚ ଜଣ ଯୁବକଙ୍କୁ ଡାକି ମୃତଦେହ ଶବ ସତ୍କାର କରିଥିଲେ ।