ବଲାଙ୍ଗିର ରେ ହିଟ୍ ଆଣ୍ଡ ରନ୍ କେସ୍ : ବେକାବୁ ହେଲା କାର

22

ବଲାଙ୍ଗୀର : ବଲାଙ୍ଗିର ରେ ହିଟ୍ ଆଣ୍ଡ ରନ୍ କେସ୍ । ବେକାବୁ ହେଲା କାର୍ । କାର୍ ଧକ୍କାରେ ଛିଟିକି ପଡିଲେ ଶିଶୁ । ୨ ଶିଶୁଙ୍କ ସମେତ ୬ ଜଣଙ୍କ ଉପରେ ଚଢିଗଲା କାର । ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣକ ମୃତ୍ୟୁ ହୋଇଛି । ମୃତକ ହେଲେ ଫଣେନ୍ଦ୍ର ସିଂହ ମାଝୀ । ସମସ୍ତ ଆହତଙ୍କୁ ବୁର୍ଲା ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ସୋମବାର ସନ୍ଧ୍ୟାରେ ଘଟିଛି ଏହି ଅଘଟଣ । ସୂଚନା ଅନୁସାରେ ନୂଆ କିଣାଯାଇଥିବା ଗାଡି ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଫଳରେ ଗୋଟିଏ ପରେ ଗୋଟିଏ ଗାଡିକୁ ଧକ୍କା ଦେଇଥିଲା । କିଛି ମିଟର ଯାଏଁ ଗାଡି ଲୋକଙ୍କ ଉପରେ ମାଡିଯାଇଥିଲା । ଦୁର୍ଘଟଣା ପରେ ଡ୍ରାଇଭରଙ୍କୁ ଲୋକେ ନିସ୍ତୁକ ମାଡ ମାରିଥିଲେ ।