ବଲାଙ୍ଗୀରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ !

26

କନକ ବ୍ୟୁରୋ : ବଲାଙ୍ଗୀରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଋଣଭାର ସହିନପାରି ବଲାଙ୍ଗୀରର ବକ୍ଟି ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟା କରିଥିବା ଚାଷୀ ଅଗସ୍ତି ଭୁଏ ବୋଲି ଜଣାପଡିଛି । ପରିବାର ଲୋକେ ଏ ନେଇ ଅଭିଯୋଗ କରିବା ପରେ ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ପରେ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇଛନ୍ତି ।