ବଲାଙ୍ଗୀର ଚନ୍ଦନଭାଟିରେ ନିର୍ବାଚନୀ ହିଂସା ! ମୁତୟନ ହେଲେ ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ

93

କନକ ବ୍ୟୁରୋ : ବଲାଙ୍ଗୀର ଚନ୍ଦନଭାଟି ଗାଁରେ ଏକ ଛୋଟିଆ ପ୍ରସଙ୍ଗକୁ ନେଇ ଗଣ୍ଡଗୋଳ ଘଟିଛି । ଏଥିରେ ପ୍ରଫୁଲ୍ଲ ମେହେର ନାମକ ଜଣେ ବିଜେଡି କର୍ମୀ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ଚନ୍ଦନଭାଟି ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି । ପୁଲିସ ୧ ପ୍ଲାଟୁନ ଫୋର୍ସ ଚନ୍ଦନଭାଟି ଗାଁରେ ମୁତୟନ କରିଛି । ବିଜେଡି-କଂଗ୍ରେସ କର୍ମୀଙ୍କ ଗଣ୍ଡଗୋଳ ଘଟଣା ଏବେ ରାଜନୈତିକ ରୂପ ନେଇଛି ।

ବିଜେଡିର ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ ହସପିଟାଲକୁ ପହଞ୍ଚି କଂଗ୍ରେସକୁ ଘଟଣା ପାଇଁ ଦାୟୀ କରିଛନ୍ତି । ଅନ୍ୟପଟେ ଘଟଣା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଚନ୍ଦନଭାଟି ଗ୍ରାମର ଲୋକେ ବଲାଙ୍ଗୀର ଏସପି କେ.ଶିବା ସୁବ୍ରମଣିଙ୍କୁ ରାତି ୧୧ଟାରେ ଦେଖା କରିଛନ୍ତି । ସମଗ୍ର ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି ।

ମତାମତ

Your email address will not be published.