ମାଟିରେ ମିଶିଲା ବଲାଙ୍ଗିର ଡନ୍ ଟିମନର ସମ୍ରାଜ୍ୟ

116

ବଲାଙ୍ଗିର: ମାଟିରେ ମିଶିଲା ବଲାଙ୍ଗିର ଡନ୍ ଟିମନ ସମ୍ରାଜ୍ୟ । ଟିମନ ର ବେଆଇନ୍ କୋଠା ଭଙ୍ଗା କାମ ଜାରି ରହିଛି। ଆଜି ପ୍ରଶାସନ ଓ ପୁଲିସର ଉପସ୍ଥିତିରେ ସରକାରୀ ଜମିରେ ଟିମନ ତୋଳିଥିବା ଅଟ୍ଟାଳିକା ଉପରେ ବୁଲଡୋଜର ମାଡ କରିଛି । ବଲାଙ୍ଗିର ଲର୍କିପାଲିଠାରେ ଥିବା ବେଆଇନ କୋଠା ଦ୍ୱୟକୁ ଭାଙ୍ଗି ସାରିଛି ପ୍ରଶାସନ । ତେବେ ଟିମନ ର ମୁଖ୍ୟ ଘର ଭଙ୍ଗା ସରିଲେ  ବେଆଇନ୍ ଉଚ୍ଛେଦ କାମ ଶେଷ ହେବ ବୋଲି କହିଛନ୍ତି ବଲାଙ୍ଗିର ଉପଖଣ୍ଡ ପୁଲିସ ଅଧିକାରୀ । ତେବେ ଆଜି ଯାଏଁ ଦୁଇ କୋଟି ଟଙ୍କାର ବେଆଇନ କୋଠାକୁ ଭାଙ୍ଗି ମାଟିରେ ମିଶାଇ ସାରିଲାଣି ପ୍ରଶାସନ । ସେପଟେ ଟିମନ କୁମ୍ଭାର ଅସୁସ୍ଥ ହୋଇ ବୁର୍ଲା ଡାକ୍ତର ଖାନାରେ ଚିକିସô।ଧୀନ ଅଛି ।