ଖେଳକୁଦ ବୟସରେ ଜୀବନ ସହ ସଂଘର୍ଷ କରୁଛି ୧୪ ମାସର ଶିଶୁ । ଟଙ୍କା ଅଭାବରୁ ହୋଇପାରୁନାହିଁ ଚିକିତ୍ସା, ସହାୟତା ପାଇଁ ପରିବାର ଲୋକଙ୍କ ନିବେଦନ

44

କନକ ବ୍ୟୁରୋ : ଯନ୍ତ୍ରଣାରେ ଛଟପଟ ଶୈଶବ । ଖେଳକୁଦ ବୟସରେ ହୃଦରୋଗରେ ପୀଡିତ ହୋଇ ଯନ୍ତ୍ରଣା ସହୁଛି ୧୪ ମାସର କୁନି ପୁଅ । ଆଉ କୁନି ପ୍ରୁଅର ଯନ୍ତ୍ରଣା ଦେଖି ପ୍ରତିଦିନ କଷ୍ଟ ପାଉଥିବା ଗରିବ ବାମା ମାଆଙ୍କ ଆଖିରୁ ନିଦ ହଜି ଯାଇଛି । ଟଙ୍କା ଅଭାବରୁ ଶିଶୁ ପୁତ୍ରର ଚିକିତ୍ସା ହୋଇ ପାରୁନଥିବା ବେଳେ ଏବେ ପୁଅର ଚିକିତ୍ସା ପାଇଁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ବଲାଙ୍ଗିର ପଥରେଚପାର ଗିରିଧାରୀ ମଲ୍ଲିକଙ୍କ ପରିବାର ।

କଅଁଳ ବୟସରେ ଯନ୍ତ୍ରଣାର ବୋଝ । ମାତ୍ର ୧୪ ମାସ ବୟସରେ ହୃଦରୋଗରେ ପୀଡିତ ବଲାଙ୍ଗିରର ଚିରିଧାରୀ ମଲ୍ଲିକଙ୍କ ଶିଶୁପୁତ୍ର ପ୍ରହ୍ଲାଦ । ଟିକିଏ ସୁସ୍ଥ ଅନୁଭବ କଲେ ଖେଳକୁଦରେ ମାତି ଯାଉଛି ଏହି ଶିଶୁଟି । ହେଲେ ପୁଅର ସ୍ୱାସ୍ଥ୍ୟବସ୍ଥା ଦେଖି ବାପା-ମାଆଙ୍କ ଆଖିରୁ ନିଦ ହଜି ଯାଇଛି । ଝାଟିମାଟିର କୁଡିଆ ଭିତରେ ରହୁଥିବା ଗିରିଧାରି, ପୁଅର ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । କିନ୍ତୁ ସବୁ ପରେ ମଧ୍ୟ ହାତ ଖାଲି ।

ପ୍ରହ୍ଲାଦର ହାର୍ଟରେ ଦୁଇଟି କଣା ଥିବାରୁ ଏହାର ଅପରେସନ ବମ୍ବେର କୋକିଲାବେନ ହସ୍ପିଟାଲରେ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ଆଉ ଏଥିପାଇଁ ୫ ଲକ୍ଷ ଟଙ୍କା ଦରକାର ବୋଲି ଜାଣିବା ପରେ ଗିରିଧାରିଙ୍କ ଚିନ୍ତା ବଢିଯାଇଛି । ସେପଟେ ପ୍ରହ୍ଲାଦର ଚିକିତ୍ସା ପାଇଁ ସହଯୋଗ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲ ଶିଶୁରୋଗ ବିଶେଷଜ୍ଞ ।

ଯଦି କେହି ଏହି ଗରିବ ପରିବାରର ଛୋଟ ଶିଶୁକୁ ସାହାର୍ଯ୍ୟ କରିବାକୁ ଚାହାନନ୍ତି ତା ହେଲେ ଏହି ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ ।

ଗିରିଧାରୀ ମଲ୍ଲିକ
ଗ୍ରାମ- ବଲାଙ୍ଗୀର ପଥରେଚପା
ପୋଷ୍ଟ- ସଦେଇପାଲି
ଜିଲ୍ଲା- ବଲାଙ୍ଗିର