ରାକ୍ଷୀରେ ଲାଗିଲା ଦାଗ ! ଭାଇର ଖଣ୍ଡା ଚୋଟରେ ଭଉଣୀ ମୃତ

0

କନକ ବ୍ୟୁରୋ : ବଲାଙ୍ଗିର ସଦର ଥାନା ଡଙ୍ଗାଘାଟ ଗାଁରେ ଅଭାନୀୟ ଘଟଣା । ନୃଶଂସ ଭାଇର ଆକ୍ରମଣରେ ଉଭଣୀର ମୃତ୍ୟୁ ହୋଇଛି । ଭାଇ ତ୍ରିପୁରା ମଲ୍ଲିକଙ୍କ ଖଣ୍ଡା ଚୋଟରେ ବିବାହିତା ଭଉଣୀ ରାଙ୍ଗବତୀ ମଲ୍ଲିକଙ୍କର ମୃତ୍ୟୁକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ତେବେ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଂଚି ଅଭିଯୁକ୍ତ ଭାଇକୁ ଗିରଫ କରିଛି । ମୃତକ ରାଙ୍ଗବତୀ ୬ ବର୍ଷ ହେବ କୌଣସି କାରଣରୁ ଶାଶୁ ଘର ଛାଡି ବାପ ଘରେ ରହୁଥିଲେ । ତେବେ ଅଭିଯୁକ୍ତ ଭାଇ ଜଣେ ମାନସିକ ରୋଗୀ ବୋଲି ଜଣାପଡିଛି ।

Comments are closed.