ବଲାଙ୍ଗିରରୁ ବଲିଉଡ୍ ଯାତ୍ରା ! ହିନ୍ଦୀ ଫିଲ୍ମ ‘ଜଜମେଂଟାଲ ହୈ କ୍ୟା’ରେ ହନୁମାନ ଚରିତ୍ରରେ ନଜର ଆସିଲେ ଓଡ଼ିଆ ପୁଅ ଦେବଦୋଷ ।

661

କନକ ବ୍ୟୁରୋ: ବଲିଉଡରେ ଓଡିଆ ପୁଅର କମାଲ । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଜଜମେଂଟାଲ ହେ କ୍ୟା’ରେ ଚମକ୍ରାର ଅଭିନୟ କରି ଏବେ ଚର୍ଚ୍ଚାରେ ଓଡିଆ ପୁଅ ଦେବଦୋଶ ଦର୍ଜୀ । ପିଲାଟି ଦିନରୁ ଅଭିନୟରେ ରୁଚି ରଖିଥିବା ଦେବଦୋଶ ଏହି ସିନେମାରେ ଦୁଇଟି ଚରିତ୍ରରେ ନଜର ଆସିଛନ୍ତି । ଏବଂ ନିଜ ଅଭିନୟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଦେବଦୋଶ ।

ଫିଲ୍ମ ଜଜମେଂଟାଲ ହେ କ୍ୟାର ଏହି ଦୃଶ୍ୟରେ ଏକ ସ୍ୱାଧାରଗୃହର ୱାର୍ଡବୟ ଚରିତ୍ରରେ ଓଡିଆ ପୁଅ । ହନୁମାନ  ଚରିତ୍ରରେ ବି ନଜର ଆସିଛନ୍ତି ଦେବଦୋଶ । ବଲିଉଡରେ କେହି ଗଡଫାଦର ନଥିଲେ ମଧ୍ୟ ବାଲାଜି ପରି ବଡ ବ୍ୟାନରରେ କାମ କରିଛନ୍ତି ଦେବଦୋଶ । ଅ।।ଉ ନିଜ ଅଭିନୟ ପାଇଁ ବେଶ ଖୁସି ଜାହିର କରିଛନ୍ତି ।

ବଲାଙ୍ଗିରର ଦେବଦୋଶ ଏକ କଳାକାର ପରିବାରରୁ ଆସିଛନ୍ତି । ପିଲାଟି ଦିନର ଅଭିନୟରେ ରୁଚି ରଖିଥିବା ଏହି ଓଡିଆ ପୁଅ ଦୀର୍ଘଦିନ ଧରି ମୁମ୍ବାଇରେ ସଂଘର୍ଷ କରୁଥିଲେ । ଆଉ ସିନେମାରେ ତାଙ୍କର ସଫଳତାରେ ପରିବାର ଲୋକଙ୍କ ଖୁସି କହିଲେ ନସରେ । ଥ୍ରିୀଏଟର ଓ ନାଟ୍ୟ କର୍ମଶାଳାରେ ଆଗ୍ରହ ରଖୁଥିବା ଦେବଦୋଶ ବଲିଉଡରେ ଆଗକୁ ଆହୁରି ସଫଳତା ପାଇବାକୁ ଆଶା ରଖିଛନ୍ତି । ତାଙ୍କର ଏହି ଅଭିନୟରେ ବଲାଙ୍ଗିର ସହରରେ ଖୁସିର ଲହରି ଖେଳିଯାଇଛି ।