କନକ ବ୍ୟୁରୋ : ବଲାଙ୍ଗୀରରେ ଥିବା ଅନ୍ଧ ମୁକ ବଧିର ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ନିଆଁରେ ପୋଡି ହୋଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗୀରର ପଥରଚେପାଠାରେ ଥିବା ବିସି ଜେନା ଅନ୍ଧ ମୁକ ବଧିର ବିଦ୍ୟାଳୟର ଛାତ୍ରୀ ନଳିନୀ ପ୍ରଧାନଙ୍କର ପୋଡି ହୋଇ ମୃତ୍ୟୁ ହୋଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହୁଥିବାବେଳେ ପରିବାର ଲୋକଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ।

ପରିବାର ଲୋକ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି । ସେପଟେ ଖବର ପାଇ ବଲାଙ୍ଗୀର ସିଡବ୍ଲୁସି ଅଧ୍ୟକ୍ଷା ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଛାତ୍ରୀ ଜଣକ ପୋଡି ଯାଉଥିବା ବେଳେ କେହି କେମିତି ସୁରାକ ପାଇନଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ହୋଇଛି ।