ବଲାଙ୍ଗୀର : ରାଜ୍ୟ ବାହାରକୁ ଚାଲାଣ ବେଳେ ୧୪ ଦାଦନ ଶ୍ରମିକ ଉଦ୍ଧାର

26

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଦାଦନ ଋତୁ । ବାହାର ରାଜ୍ୟକୁ ଚାଲାଣ ବେଳେ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପାଟଣାଗଡ଼ ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୬ ଜଣ ପୁରୁଷ, ୬ଜଣ ମହିଳା ଏବଂ ୨ଜଣ ଶିଶୁ । ଚିଙ୍ଗେରବନ୍ଧ ଗାଁର ମହେଶ୍ୱର ବାଗ ନାମକ ଜଣେ ଦଲାଲ ଏହି ଶ୍ରମିକ ମାନଙ୍କୁ ଚାଲାଣ କରୁଥିବା ସୂଚନା ମିଳିଛି ।

ପରିବାର ପିଛା ୨୨ ହଜାର ଟଙ୍କା ଦେଇ ବେଲପଡା ଥାନା ଚନ୍ଦ୍ରପୁର ଗାଁର ଜଣେ ସର୍ଦ୍ଦାର ପାଖକୁ ଗାଡି ଯୋଗେ ନେଉଥିବା ବେଳେ କେନ୍ଦୁମୁଣ୍ଡି ଗାଁ ନିକଟରେ ପୋଲିସ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ଟ୍ରେନ୍ ଯୋଗେ ଏହି ଶ୍ରମିକମାନେ ହାଇଦ୍ରାବାଦକୁ ଇଟା ବାଡ଼େଇବାକୁ ନେବାର ଯୋଜନା ରହିଥିଲା । ବଲାଙ୍ଗୀର ଜିଲ୍ଲା ଶ୍ରମିକ ଅଧିକାରିଙ୍କୁ ଡ଼ାକି ତଦନ୍ତ ପରେ ଡ୍ରାଇଭର ସହ ଦଲାଲକୁ ଗିରଫ କରିଛି ପାଟଣାଗଡ଼ ପୋଲିସ ।