ଆଉ ଦିନକ ପରେ ଓଡ଼ିଶା ଐତିହ୍ୟ ପରମ୍ପରାର ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ! ଡଙ୍ଗା ବଜାରେ ଲାଗିଛି ଭିଡ଼

154

କନକ ବ୍ୟୁରୋ : ଆ କା ମା ବଇ . . . . ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର  . . . .  । ଆଉ ଦିନକ ପରେ ଓଡ଼ିଶା ଐତିହ୍ୟ ପରମ୍ପରାର ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ବା ବୋଇତ ବନ୍ଦାଣ ପର୍ବ । ଏହି ଦିନ ପୋଖରୀ/ନଦୀ କୂଳରେ ଓଡ଼ିଆମାନେ ଡଙ୍ଗା ଭସାଇ ଅତୀତର ସ୍ମୃତିକୁ ଉଜାଗର କରିଥା’ନ୍ତି । ପୂର୍ବରୁ ଏହି ଦିନ ସାଧବମାନେ ବାଣିଜ୍ୟ କରିବାକୁ ଜାଭା, ସୁମାତ୍ରା, ବାର୍ଲି ଆଦି ଦୂର ଦେଶକୁ ଯାଉଥିଲେ ।

ସେମାନେ ଯାଉଥିବା ବୋଇତକୁ ବନ୍ଦାପନା କରିବା ତଥା ବିଦାୟ ଦେବା ଉଦ୍ଦେଶ୍ୟରେ କେଉଁ ପ୍ରାଚୀନ କାଳରୁ ଏହି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଆସୁଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଖୋଲିଛି ସୋଲ ଓ କଦଳୀ ପାଟୁକାରେ ତିଆରି ଡଙ୍ଗା ବଜାର । ଏଥିରେ ରହିଛି ରଙ୍ଗ ବେରଙ୍ଗ ଓ ବିଭିନ୍ନ ଡିଜାଇନ୍‌ର ଡଙ୍ଗା ।

ଆସନ୍ତା ଶନିବାର ଏହି ଡଙ୍ଗା ଭସା ପର୍ବ ପଡ଼ୁଥିବାରୁ ରାଜଧାନୀରେ ସୋଲଠାରୁ ଆରମ୍ଭ କରି କାଗଜ ଡଙ୍ଗାର ବିକ୍ରି ଆରମ୍ଭ ହୋଇଗଲାଣି । ଡଙ୍ଗାର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଶ୍ରଦ୍ଧାଳୁଙ୍କ ପସନ୍ଦକୁ ଆଖି ଆଗରେ ରଖି ଡଙ୍ଗା ପ୍ରସ୍ତୁତକାରୀମାନେ ବିଭିନ୍ନ ଡିଜାଇନ୍‌ର ଡଙ୍ଗା ପ୍ରସ୍ତୁତ କରି ବିକିବା ଆରମ୍ଭ କଲେଣି ।