ସୁରକ୍ଷିତ ଉଡାଣ ପାଇଁ ଡିଜିସିଏର ନୂଆ ଗାଇଡଲାଇନ : ବୋଇଂ ବିମାନ ଉଡାଣ ପାଇଁ ପାଇଲଟଙ୍କ ରହିବ ହଜାରେ ଘଣ୍ଟା ଉଡାଣର ଅଭିଜ୍ଞତା

81

ଇଥଓପିଆ ବିମାନ ଦୁର୍ଘଟଣା ପରେ ସୁରକ୍ଷିତ ବିମାନ ଯାତ୍ରା ପାଇଁ ଡିରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ବୋଇଂ ବିମାନ ଉଡାଣ ପାଇଁ ପାଇଲଟଙ୍କ ଅଭିଜ୍ଞତା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଯେଉଁ ପାଇଲଟଙ୍କ ହଜାରେ ଘଂଟା ଉଡାଣର ଅଭିଜ୍ଞତା ଥିବ, ସେମାନେ କେବଳ ବୋଇଂ ବିମାନ ଚଳାଇପାରିବେ । ସେହିଭଳି କୋ-ପାଇଲଟଙ୍କ ପାଇଁ ୫ ଶହ ଘଂଟାର ଅଭିଜ୍ଞତା ରହିବା ଜରୁରୀ । ସ୍ପାଇସ ଜେଟ୍ ଓ ଜେଟ ଏୟାୱେଜର ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡାଣଙ୍କୁ ନେଇ ଏହି ସୁରକ୍ଷା ନିର୍ଦ୍ଦେଶନାମା ଜାରି କରିଛି । ଗୋଟିଏ ଦିନ ପୂର୍ବରୁ ଇଥଓପିଆରେ ବିମାନ ଦୁର୍ଘଟଣା ଘଟି ୧୫୭ ଜଣ ପ୍ରାଣ ହରାଇଥିଲେ । ଏହାପରେ ଏହି ସୁରକ୍ଷା ଗାଇଡଲାଇନ ଜାରି କରାଯାଇଛି । ସ୍ଥିତି ଉପରେ କଡା ନଜର ରଖିବାକୁ ବି ନିର୍ଦ୍ଦେଶ ଦେଇଛି ଡିଜିସିଏ ।

ଚୀନ ନଗର ବିମାନ ପ୍ରାଧିକରଣ ସୋମବାର ଜାରି କରିଥିବା ଏକ ବୟାନରେ କହିଲା କି, ବିମାନ ସହିତ ଜଡିତ ସମସ୍ତ ପ୍ରାଥମିକତାର ପୁଷ୍ଟି ହେବା ପରେ ବୋଇଂ ୭୩୭ ମ୍ୟାକ୍ସ୮ର ବ୍ୟବସାୟିକ ବ୍ୟବହାର ପୁଣି ଥରେ ଆରମ୍ଭ ହେବ । ପ୍ରାଧିକରଣ ବୟାନରେ କହିଛି କି, ସୁରକ୍ଷା ଉପରେ ରହୁଥିବା ବିପଦ ଉପରେ ଜିରୋ ଟଲରେନ୍ସ ନୀତି ଆପଣାଇ ସମସ୍ତ ଘରୋଇ ବୋଇଂ ୭୩୭ ମ୍ୟାକ୍ସ୮ ସନ୍ଧ୍ୟା ୬ଟା(ସ୍ଥାନୀୟ ସମୟ) ପର୍ଯ୍ୟନ୍ତ ସେବାରେ ରହିବନି ।