‘ଡେଥ୍ ମ୍ୟୁଜିୟମ’, ଯେଉଁଠି ଜୀବନ୍ତଙ୍କୁ ଶିକ୍ଷିତ କରାନ୍ତି ମୃତ । ୭ମହଲା ବିଶିଷ୍ଟ ସଂଗ୍ରହାଳୟରେ ଥିବା ପ୍ରତ୍ୟେକ ଶବ ଦିଅନ୍ତି ଜୀବନ୍ତ ମଣିଷଙ୍କୁ ପ୍ରେରଣା

44

ଜର୍ମାନୀର ରାଜଧାନୀ ବର୍ଲିନରୁ ଶବ ଗୁଡିକର ଶୋ’ ଲଣ୍ଡନ ପହଂଚିଯାଇଛି । ଲଣ୍ଡନ ପୈବେଲିୟମ୍ ରେ ଖୋଲିଥିବା ବ୍ରିଟେନର ପ୍ରଥମ ବଡି ୱାଲ୍ଡ ମ୍ୟୁଜିୟମ ହେଉଛି ଭିନ୍ନ । ଏହି ମ୍ୟୁଜିୟମରେ ଭିନ୍ନ ଭିନ୍ନ ଶବ ମଧ୍ୟରେ ମଣିଷ ଶବ ସଂରକ୍ଷିତ ରଖାଯାଇଛି । ଯେମିତି କି କ୍ଲବରେ କାର୍ଡ ଖେଳିବା, ଟେନିସ୍ ଖେଳିବା ଓ ଘୋଡା ସବାରୀ କରୁଥିବା । ଯେଉଁମାନେ ବଂଚିବାର କଳା ଶିଖାନ୍ତି । ଯେମିତି କି ଧୂମପାନ କଲେ, ଶରୀର କିଭଳି ଏହାର କୁପ୍ରଭାବ ଠାରୁ ଲଢ଼େ । ଏହି ଶବ ଗୁଡିକୁ ପ୍ଲାଷ୍ଟିନେସନ୍ ଟେକନିକରେ ସାଇତି ରଖାଯାଇଛି । ସଂଗ୍ରହାଳୟର ଫାଉଣ୍ଡର ଓ ସାଇଣ୍ଟିଷ୍ଟ ଗୁଣ୍ଟର ଫନ୍ ହାଙ୍ଗେସଙ୍କ କହିବାନୁସାରେ, ଏହି ସ୍ଥାନରେ ଲୋକଙ୍କୁ ବହୁତ ଶିଖିବାକୁ ମିଳିବ । ଏମାନଙ୍କ ଠାରୁ ଶିଖିବକୁ ମିଳିବ କି ଆପଣଙ୍କୁ ସୁସ୍ଥ, ସୁରକ୍ଷିତ ରଖିବା ପାଇଁ ଆପଣଙ୍କ ଶରୀର କେତେ ପରିଶ୍ରମ କରେ ।

ଦୁନିଆକୁ ଶିକ୍ଷିତ କରିବା ପାଇଁ ଦାନ କରନ୍ତି ଶରୀର : ମ୍ୟୁଜିୟମରେ ଦାନରେ ମିଳିଥିବା ଶରୀର ରଖାଯାଇଛି । ସଉକ ରଖୁଥିବା ଲୋକ ବଂଚି ଥାଉ ଥାଉ ନିଜ ଶରୀରକୁ ମ୍ୟୁଜିୟମରେ ରେଜିଷ୍ଟର କରାଇ ନିଅନ୍ତି । ବର୍ଷ ୧୯୧୫ରେ ଖୋଲିଥିଲା ଡାକ୍ତରଙ୍କ ଡେଥ୍ ମ୍ୟୁଜିୟମ୍ । ଏହି ମ୍ୟୁଜିୟମ୍ ଦୁନିଆର ସବୁଠାରୁ ସଫଳ ଟ୍ରାଭେଲିଙ୍ଗ ଏଗଜିବିସନ୍ ମଧ୍ୟରୁ ଗୋଟାଏ । ୧୯୯୫ ଠାରୁ ୧୩୦ଟି ସହରରେ ୪.୭ କୋଟି ଲୋକ ଏହି ମ୍ୟୁଜିୟମ୍ ଦେଖିସାରିଛନ୍ତି । ହାଙ୍ଗେସଙ୍କୁ ପ୍ଲାଷ୍ଟିନେସନ୍ ଟେକନିକର ଜନକ ଭାବେ ଜଣାଯାଏ । ସେ ‘ଡାକ୍ତର ଡେଥ୍’ ନାମରେ ମଧ୍ୟ ଚର୍ଚ୍ଚିତ । ଏହି ମ୍ୟୁଜିୟମ ପାଇଁ ଫ୍ୟାମିଲି ଟିକେଟ୍ ସାଢ଼େ ୬ ହଜାର ଟଙ୍କା ।