ବାଲେଶ୍ୱର : ନୀଳଗିରି କୁଲଡିୟା ଅଭୟାରଣ୍ୟରୁ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର

28

କନକ ବ୍ୟୁରୋ : ବାଲେଶ୍ୱର ନୀଳଗିରି କୁଲଡିୟା ଅଭୟାରଣ୍ୟରେ ଅସୁରିକ୍ଷ ହାତୀ । ଆଜି ଅଭୟାରଣ୍ୟ ଭିତରୁ ଏକ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ବୟସ ପ୍ରାୟ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟିର ଦାନ୍ତ ୨ଟି ରହିଛି । ହାତୀଟିର ମୃତ୍ୟୁ ୫ ଦିନ ତଳୁ ହୋଇଥିବା ବେଳେ ମୃତଦେହଟି ସମ୍ପୂର୍ଣ୍ଣ ପଚି ଯାଇଛି ।

ବନ ବିଭାଗ ପକ୍ଷରୁ ଦନ୍ତାର ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି । ଗତ କିଛି ଦିନ ତଳେ କୁଲଡିୟା ଅଭୟାରଣ୍ୟର ବାଲିଆନାଳ୍ ବିଟ୍ ହାଉସ ନିକଟରେ ଆଉ ଏକ ଦନ୍ତାର ମୃତ୍ୟୁ ହୋଇଥିଲା । ବିନବିଭାଗ କର୍ମଚାରୀ ହାତୀ ମୃତଦେହ ଉଦ୍ଧାର କରି ବିଭାଗୀୟ ଅଧିକାରୀଙ୍କୁ ହସ୍ତନ୍ତର କରିଥିଲେ । ତେବେ ହାତୀ ମୃତ୍ୟୁ ଖବରକୁ ଚପେଇବା ପାଇଁ ଡିଏଫଓଙ୍କ ନିର୍ଦ୍ଦେଶରେ ଦନ୍ତାର ମୃତଦେହକୁ ବ୍ୟବଚ୍ଛେଦ କରି ପୋତି ଦେଇଥିଲେ ।

ଏନେଇ କାହାରିକୁ ଜଣାଇନଥିବା ବେଳେ ଆଜି ଏହି ସତ ସାମ୍ନାକୁ ଆସିଛି । ଘଟଣା ବାବଦରେ କାହାରିକୁ ନଜଣାଇବା ପାଇଁ ବନକର୍ମଚାରୀଙ୍କୁ ତାଗିଦ୍ କରାଯାଇଥିଲା । ହେଲେ ଅଭୟାରଣ୍ୟରେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ଅଧିକାରୀଙ୍କ କଳା କରନାମକୁ ପଦାକୁ ଆଣିଛନ୍ତି କର୍ମଚାରୀ ।