ଦିଲ୍ଲୀରେ ଚାଂଚଲ୍ୟ : ଘର ଭିତରୁ ମିଳିଲା ଗୋଟିଏ ପରିବାରର ୧୧ ସଦସ୍ୟଙ୍କ ମୃତଦେହ, ସନ୍ଦେହଘେରରେ ମୃତ୍ୟୁ

60

କନକ ବ୍ୟୁରୋ : ଦିଲ୍ଲୀ ବୁରାଡି ସ୍ଥିତ ସନ୍ଥ ନଗରରେ ଏକ ଘରୁ ସନ୍ଦେହ ଜନକ ସ୍ଥିତିରେ ୧୧ଟି ଶବ ମିଳିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସମସ୍ତ ମୃତଦେହ ଦୌଡିରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମୃତକମାନଙ୍କ ମଧ୍ୟରେ ୭ଜଣ ମହିଳା ଓ ୪ଜଣ ପୁରୁଷ ଅଛନ୍ତି । ତେବେ ଏମାନଙ୍କ ମୃତ୍ୟୁ କେମିତି ହେଲା ସେନେଇ କିଛି ଜଣାପଡିନାହିଁ । ଘଟଣା ସ୍ଥଳରେ ପୋଲିସ ପହଂଚି ଛାନବିନ ଆରମ୍ଭ କରିଛି ।

ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି । ମିଳିଥିବା ସୂଚନା ଅନୁସାରେ କିଛି ମୃତଦେହର ହାତଗୋଡ ବନ୍ଧା ହୋଇଛି ଏବଂ ଆଉ କିଛି ମୃତଦେହ ଆଖିରେ ପଟି ବନ୍ଧା ହୋଇଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏକାସଙ୍ଗରେ ୧୧ଟି ମୃତଦେହ ମିଳିବା ସମସ୍ତଙ୍କୁ ଚକିତ କରିଛି । ପୋଲିସ କହିଛି ଯେ ସବୁଦିଗରୁ ତଦନ୍ତ କରାଯାଉଛି । ଏହା ଦ୍ୱାରା ଘଟଣାପଛର ଅସଲ କାରଣ ପଦାକୁ ଆସିପାରିବ ।