ଅନୁଗୁଳ : ଡଙ୍ଗାରେ ନଈ ପାର ହୋଇ ସ୍କୁଲ ଯାଉଛନ୍ତି ପିଲା, ନାଚାର ଅଭିଭାବକ

33

କନକ ବ୍ୟୁରୋ : ଖରା, ବର୍ଷା ହେଉକି ଶୀତ, ଦୈନିକ ସ୍କୁଲ ଯିବା ପାଇଁ ଛାତ୍ରଛାତ୍ରୀଙ୍କ ଏକମାତ୍ର ଭରସା ଡଙ୍ଗା । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ଆଲୁରୀ ପଂଚାୟତର ପ୍ରାୟ ୪୫ ପିଲା ସୋମାକୋଇ ନଈକୁ ଡଙ୍ଗାରେ ପାରି ହୋଇ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲଲକର ସରେଇ ସ୍କୁଲକୁ ପଢିବାକୁ ଯାଆନ୍ତି । ନାଉରୀ ନଥିଲେ ନିଜେ ମଧ୍ୟ ଡଙ୍ଗା ଚଲାଉଥିବା ସ୍କୁଲ ପିଲା କହିଛନ୍ତି ।

ଆଲୁରୀ ପଂଚାୟତର ଆଖ ପାଖରେ ଏମଇ କିମ୍ବା ହାଇସ୍କୁଲ ନଥିବାରୁ ଛାତ୍ରଛାତ୍ରୀମାନେ ସରେଇକୁ ପଢିବାକୁ ଯାଉଥିବା ପ୍ରକାଶ କରିଛନ୍ତି । ସରକାର ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଦୁର୍ଗମ ଅଂଚଳରେ ଏହାର ସୁଫଳ ମିଳିପାରୁ ନାହିଁ । ଅନ୍ୟପଟେ ସୋମାକୋଇ ନଦୀରେ ଏକ ପୋଲ ନିର୍ମାଣ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।