ବରୁଣେଇ ମୁହାଁଣରେ ଟ୍ରଲର ଧକ୍କାରେ ବୁଡିଗଲା ଡଙ୍ଗା ! ଖରନାସୀ ଜେଟିରୁ ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ

61

କନକ ବ୍ୟୁରୋ: ମହାକାଳପଡାର ମାଦିଲି ମୁହାଁଣରେ ଏକ ବଡ ଦୁର୍ଘଟଣା ଟଳିଯାଇଛି । ମାଛ ଧରିବାକୁ ଯାଇଥିବା ଡଙ୍ଗାକୁ ଏକ ବଡ ଟ୍ରଲର ଧକ୍କା ଦେଇଛି । ଡଙ୍ଗା ବୁଡିଯାଇଥିଲେ ବି  ୫ ଜଣ ମତ୍ସ୍ୟଜୀବୀକୁ ଉଦ୍ଧାର କରିଛନ୍ତି ସ୍ଥାନୀୟଧୀବର ।

ଖବର ଅନୁସାରେ, ମାଦିଲି ମୁହାଁଣର ୨୦ କିଲୋମିଟର ଦୂରରେ ଡଙ୍ଗାଟି ମାଛ ଧରୁଥିବାବେଳେ ଏହାକୁ ଏକ ଟ୍ରଲର ଧକ୍କା ଦେଇଥିଲା । ଫଳରେ ଡଙ୍ଗାଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି ।  ଘଟଣା ନେଇ ଖରନାସୀ ଆସୋସିଏସନକୁ ଖବର ଦିଆଯାଇଛି । ଏହା ପରେ ଉଦ୍ଧାର କାମ ତ୍ୱରାନ୍ୱିତ କରାଯାଇଛି ।

ଅନ୍ୟପଟେ, ଆନନ୍ଦପୁର କୋଳିମାଟି ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଚାପାରେ ଶିଶୁ ସମେତ ଦମ୍ପତି ମୃତ୍ୟୁ ବରଣ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଆଜି ସକାଳ ୯ଟା ବେଳେ ଘଷିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଠାରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

ଏମାନେ ସମସ୍ତେ ଏକ ବାଇକ୍ ଯୋଗେ ଘଟଗାଁ ତାରିଣୀ ଦର୍ଶନ କରିବାକୁ ଯାଉଥିବା ବେଳେ ଜାତୀୟ ରାଜପଥ ଉପରେ ଏକ ଟ୍ରକ୍ ସେମାନଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା ।