ପ୍ରୟାଗରାଜ କୁମ୍ଭ ମେଳାରେ ବଡ ଦୁର୍ଘଟଣା : ସଙ୍ଗମସ୍ଥଳରେ ଓଲଟିଲା ଡଙ୍ଗା, ୧୨ ଜଣ ଥିଲେ ଯାତ୍ରୀ

121

ପ୍ରୟାଗରାଜରେ ଲାଗିଥିବା କୁମ୍ଭ ମେଳାରେ ଆଉ ଗୋଟିଏ ବଡ ଦୁର୍ଘଟଣା ଘଟିଛି । ଶନିବାର ସକାଳେ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଡଙ୍ଗା ବୁଡିଯାଇଥିବାର ଖବର ଆସିଛି । ସୂଚନାଯୋଗ୍ୟ, ଏହି ଡଙ୍ଗାରେ ୧୨ଜଣ ବ୍ୟକ୍ତି ଯାତ୍ରା କରୁଥିଲେ । ସଙ୍ଗମରେ ଡଙ୍ଗା ବୁଡିବାର ସୂଚନା ମିଳିବା ପରେ ଏନଡିଆରଏଫ୍ ଓ ବୁଡାଳୀଙ୍କ ଟିମ୍ ଘଟଣାସ୍ଥଳରେ ପହଂଚି ଡଙ୍ଗା ଖୋଜିବା କାମରେ ଲାଗିଛି ।

ଟିମ୍ ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ବାହାର କରିଥିବା ସୂଚନା ମିଳିଛି । ସମସ୍ତ ଲୋକଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟ ସଚିବ ଅବନୀଶ କୁମାର ଅବସ୍ଥୀ କହିଛନ୍ତି କି, ଡଙ୍ଗା ନଦୀ ତଳେ ଫସିଯାଇ ଓଲଟିଗଲା, ସେହି କାରଣରୁ ଏହି ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀଙ୍କୁ ଏନଡିଆରଏଫ୍ କର୍ମୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି ।