କୁମ୍ଭମେଳା ପ୍ରୟାଗରାଜରେ ଟଳିଲା ବଡ ଧରଣର ଅଘଟଣ ! ମଝି ସଙ୍ଗମରେ ଓଲଟିଲା ଯାତ୍ରୀବାହି ଡଙ୍ଗା ।

36

ପ୍ରୟାଗରାଜରେ କୁମ୍ଭମେଳା ସମୟରେ ବହୁତ ବଡ ବିପଦ ହେବାକୁ ଅଳ୍ପକେ ବର୍ତ୍ତିଲେ ଲୋକ । ଶନିବାର ପ୍ରାତଃ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡରେ ଭର୍ତ୍ତି ହୋଇଥିବା ଏକ ଡଙ୍ଗା ଓଲଟିଯାଇଥିଲା । ଏହି ଡଙ୍ଗାରେ ୯ ଜଣ ଲୋକ ଥିବାବେଳେ ଦୂର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ସେଠାରେ ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପହଚିଂ ଲୋକଙ୍କୁ ପାଣିିରୁ ଉଦ୍ଧାର କରିଥିଲେ । କୁମ୍ଭମେଳା ସମୟରେ ଯେଉଁଠି ସାଧୁସନ୍ଥ ଗୋଟିଏ ପଟେ ରାମମନ୍ଦିର ଚର୍ଚ୍ଚାକୁ ନେଇ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଭଳି ସମୟରେ ପ୍ରୟାଗରାଜରେ ଏଭଳି ଏକ ଅଘଟଣ ହେବାକୁ ଅଳ୍ପକେ ବର୍ତ୍ତିଛନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ କୁମ୍ଭମେଳାରେ ସୁରକ୍ଷା ସମ୍ପୁର୍ଣ୍ଣ ଭାବରେ କଡାକଡି କରାଯାଇଛି । ଏନଡିଆରଏଫ୍ ଅଧିକାରୀଙ୍କ କହିବାନୁସାରେ ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡରେ ଭର୍ତ୍ତି ହୋଇଥିବା ଏକ ଡଙ୍ଗା ଅଚାନକ ଓଲଟି ଯାଇଥିଲା , ଯେଉଁଥିରେ ୯ ଜଣ ଲୋକ ବସିଥିଲେ । ଏହି ଦୂର୍ଘଟଣାର ତୁରନ୍ତ ପରେ ରେସକ୍ୟୁ ଅପରେସନ୍ ଚାଲିଥିଲା । ଯେଉଁଥିରେ ୯ ଜଣ ଲୋକଙ୍କୁ ସୁରକ୍ଷିତ ପାଣିରୁ ବାହାର କରାଯାଇଥିଲେ ।

ଯୋଗୀ ସରକାରଙ୍କ କହିବାନୁସାରେ ଚଳିତ ବର୍ଷ କୁମ୍ଭମେଳାକୁ ଭବ୍ୟଅନ୍ଦାଜରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ସରକାରଙ୍କ ପାଣ୍ଠିରୁ ମୋଟାଅଙ୍କର ଟଙ୍କା ବି ଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାର ବି ଖାସ୍ ଧ୍ୟାନ ରଖାଯାଇଛି । ଏହାପୂର୍ବରୁ କୁମ୍ଭର କିଛି ଆଖଡାରେ ନିଆଁ ଲାଗିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।