ପୁଣି ହ୍ୱାଟସଆପ ବୁଲିଲା ମାଟ୍ରିକ କୋଶ୍ଚିନ ପେପର: ବୋର୍ଡ ସଭାପତି କହିଲେ, ଭାଇରାଲ ପ୍ରଶ୍ନପତ୍ର ସହ ମେଳା ଖାଉନି ଅସଲି ପ୍ରଶ୍ନପତ୍ର

237

କନକ ବ୍ୟୁରୋ: ପୁଣି ମାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ । ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବଲାଙ୍ଗୀରରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି କୋଶ୍ଚିନ । ପରୀକ୍ଷାରୁ ୧୫ରୁ ୨୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି । ସେଟ ଏର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ସେହିପରି କଳାହାଣ୍ଡି ଭବାନୀପାଟଣାରେ ମଧ୍ୟ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ପ୍ରଥମ ଦିନ ଓଡିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ।

 

ପରୀକ୍ଷା ଆରମ୍ଭ ଦିନ ଓଡିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । କୋରାପୁଟ, ନୟାଗଡ, ଢେଙ୍କାନାଳ ଓ ନୂଆପଡାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପ୍ରଥମେ ଏହି ଘଟଣାକୁ ମନ୍ତ୍ରୀ ଓ ବୋର୍ଡ କର୍ତୃପକ୍ଷ ଅସ୍ୱୀକାର କରିବା ସହ ଗୁଜବ ବୋଲି କହିଥିଲେ । କିନ୍ତୁ ପରବର୍ତୀ ସମୟରେ ଏହାକୁ ଗୁରୁତର ସହ ନେଇ ୮ ଜଣଙ୍କୁ ନିଲମ୍ବିନ କରିଛି ବୋର୍ଡ । ୪ ଜଣ ସୁପରିଟେଂଡେଂଟ ଓ ୪ ଜଣ ପରୀକ୍ଷା ନିୟନ୍ତ୍ରକଙ୍କୁ ନିଲମ୍ବିତ କରିଥିଲେ ବୋର୍ଡ ଅଧ୍ୟକ୍ଷ ଜାହାନା ଆରା ବେଗମ୍ ।

ସେପଟେ ବୋର୍ଡ ଅଧ୍ୟକ୍ଷ ଜାହାନାରା ବେଗମ ପ୍ରଶ୍ନପତ୍ର ଭାଇରାଲକୁ ଅସ୍ୱୀକାର କରିବା ସହ ଭାଇରାଲ ହେଉଥିବା ପ୍ରଶ୍ନପତ୍ର ସହ ଅସଲି ପ୍ରଶ୍ନପତ୍ର ମେଳ ଖାଉନଥିବା କହିଛନ୍ତି । ଏହା ସହ ପରୀକ୍ଷା ପରିଚାଳନାରେ ସହଯୋଗ କରିବା ପାଇଁ ବୋର୍ଡ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ଅଭିଭାବକ ସଂଘ ।