ରାଜଧାନୀରେ ବାରହା ଆତଙ୍କ : କାବୁ କରିବା ପାଇଁ ପହଂଚିଲା ବନବିଭାଗ ଟିମ୍

25

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ବାରହା ଆତଙ୍କ । ବରମୁଣ୍ଡା ରୁଚିକା ମାର୍କେଟ ନିକଟରେ ଥିବା ଜନଗଣନା କଲୋନୀରେ ବଣୁଆ ବାରହାର ଉତ୍ପାତ । ବାରହାଟି ଏବେ ସ୍ଥାନୀୟ ଅଂଚଳରେ ଥିବା କଦଳୀ ବଣ ଭିତରେ ଲୁଚି ରହିଥିବା ସୂଚନା ମିଳିଛି । ବାରହାକୁ ଉଦ୍ଧାର କରିବା ପାଇଁ ନନ୍ଦନକାନନର ଏକ ସ୍ୱତନ୍ତ୍ର ଟିମ୍ ପହଂଚିଛନ୍ତି । ବାରହାକୁ ଧରିବା ପାଇଁ ବନବିଭାଗର ଉଦ୍ୟମ ଜାରି ରହିଛି ।