ବଜାରକୁ ଆସୁଛି ବିଏମଡବ୍ଲ୍ୟୁର ସବୁଠାରୁ ଶସ୍ତା ଷ୍ଟାଇଲିସ୍ ବାଇକ୍ ! ଆରମ୍ଭ ହୋଇଗଲାଣି ବୁକିଙ୍ଗ, ଜାଣନ୍ତୁ ଏହାର ଫିଚର୍ସ ଏବଂ ଦାମ୍ ।

45

ଦିନକୁ ଦିନ ବାଇକର ଚାହିଦା ବଢିବାରେ ଲାଗିଛି । ଏହା ସହ ବଜାରକୁ ପ୍ରତିଦିନ ପ୍ରାୟତଃ ବିଭିନ୍ନ ପ୍ରକାର ଷ୍ଟାଇଲିସ୍ ବାଇକ ଆସୁଛି । ତେବେ ବିଏମଡବ୍ଲ୍ୟୁ ମୋଟୋରାଡର ଦୁଇଟି ନୂଆ ବାଇକ ଏବେ ଭାରତୀୟ ବଜାରରେ ଉନ୍ମୋଚନ କରାଯାଇଛି । ତାହା ହେଉଛି ଜି ୩୧୦ ଆର୍ ଏବଂ ଜି ୩୧୦ ଜିଏସ୍ । ପ୍ରଥମ ବାଇକର ମୂଲ୍ୟ ୨.୯୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଜି ୩୧୦ ଜିଏସ୍ ବାଇକର ମୂଲ୍ୟ ହେଉଛି ୩ ଲକ୍ଷ ୯୯ ହଜାର ଟଙ୍କା ।

୧ ମାସ ପୂର୍ବରୁ ଏହି ଦୁଇଟି ବାଇକ ବୁକିଙ୍ଗ ଆରମ୍ଭ ହୋଇଗଲାଣି । ଇଚ୍ଛୁକ ଗ୍ରାହକମାନେ ୫୦ ହଜାର ଟଙ୍କା ଦେଇ ଏହି ବାଇକ ପାଇଁ ବୁକିଙ୍ଗ କରି ପାରୁଛନ୍ତି । ଭାରତରେ ଉପଲବ୍ଧ ହେଉଥିବା ବିଏମଡବ୍ଲ୍ୟୁର ଏହା ହେୁଛି ସବୁଠାରୁ ଶସ୍ତା ବାଇକ୍ । ଏହି ଦୁଇ ବାଇକକୁ ଟିଭିଏସ୍ ମୋଟର ସହଯୋଗରେ ବିକଶିତ କରାଯାଇଛି । ଉଭୟ ବାଇକରେ ୩୧୩ ସିସିର ଇଞ୍ଜିନ ରହିଛି । ତେବେ ଏହି ବାଇକର ସର୍ବାଧିକ ବେଗ ହେଉଛି ଘଣ୍ଟା ପିଛା ୧୪୩ କିଲୋମିଟର ।